କେନ୍ଦ୍ର ସମବାୟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଗଠନର ସମ୍ମିଳନୀ

ଭୁବନେଶ୍ୱର : ନିଖିଳ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ ଅବସରପ୍ରାପ୍ତ କର୍ମଚାରୀ ସଂଗଠନର ରାଜ୍ୟ ସମ୍ମିଳନୀ ଆଜି ସମବାୟ ବ୍ୟାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଖାଦ୍ୟ ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଯୋଗଦେଇ ଥିଲେ। ଅବସରପ୍ର‌ାପ୍ତ କର୍ମଚାରୀଙ୍କ ରହିଥିବା ଦାବି ସଂପର୍କରେ ଏକ ଉଚ୍ଚସ୍ତରୀୟ କମିଟିରେ ଆଲୋଚନା କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସ୍ବାଇଁ କହିଛନ୍ତି। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଓଡ଼ିଶା ସମବାୟ ଫେଡେରେସନ୍‌ର ଉପସଭାପତି ଅଶୋକ ଦାସ, ରାଜ୍ୟ ସମବାୟ ଅବସରପ୍ରାପ୍ତ ସଂଘର ସଂପାଦକ ତାରାକାନ୍ତ ମହନ୍ତ, ସଂଘର ଅଧ୍ୟକ୍ଷ ବିଷ୍ଣୁ ମହାନ୍ତି ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ଏହି ଅବସରରେ ସଂଘ ପକ୍ଷରୁ ଅବସରକାଳୀନ ପ୍ରାପ୍ୟ ଅବସରର ୨ମାସ ଭିତରେ ପ୍ରଦାନ କରିବ‌ା, ପ୍ରାପ୍ୟ ପାଇ ନ ଥିବା ୩ଶହରୁ ଅଧିକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସେମାନଙ୍କର ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରିବା, ଇପିଏଫ୍ ପେନସନ ପାଉ ନ ଥିବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ୫ହଜାର ଟଙ୍କା ଅନୁକମ୍ପାମୂଳକ ପେନସନ ପ୍ରଦାନ କରାଯିବା, ସ୍ବାସ୍ଥ୍ୟ ବୀମା, ସର୍ବନିମ୍ନ ଭବିଷ୍ୟନିଧି ପେନସନକୁ ୯ହଜାର ଟଙ୍କାକୁ ବୃଦ୍ଧି, ପେନସନ ଉପରେ ଭତ୍ତା ପ୍ରଦାନ, ବ୍ୟାଙ୍କ ଓ ସମିତିର ବିଭିନ୍ନ କାର୍ଯ୍ୟରେ ଅବସରପ୍ରାପ୍ତ କର୍ମଚାରୀଙ୍କ ସହଯୋଗ/ପରାମର୍ଶ ନେବା ଭଳି ଦାବି ପୂରଣ ପାଇଁ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।

ସମ୍ବନ୍ଧିତ ଖବର