ଭୁବନେଶ୍ବର/ବ୍ରହ୍ମପୁର: ରାଜ୍ୟର ୫୦ ହଜାରରୁ ଊର୍ଦ୍ଧ୍ବ ଆଇନଜୀବୀଙ୍କ ସ୍ବାର୍ଥକୁ ସୁରକ୍ଷା ଦେବା ଉଦ୍ଦେଶ୍ୟ ନେଇ ଗଠିତ ହୋଇଥିବା ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍(ଓଲା)ର କର୍ମକର୍ତ୍ତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଗତ ୧୦ ତାରିଖ ଦିନ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ରାଜ୍ୟପାଳଙ୍କ ପ୍ରକୋଷ୍ଠରେ ‘ଓଲା’ର କର୍ମକର୍ତ୍ତାମାନେ ଭେଟି ଆଲୋଚନା କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ବିଶେଷକରି, ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ୍ ପ୍ରତିଷ୍ଠା ଦାବିକରି ଆଇନଜୀବୀମାନେ ଆନ୍ଦୋଳନ କରିବା ସମୟରେ ପୁଲିସ ସେମାନଙ୍କୁ ଗିରଫ କରିଥିଲା। ହାଇକୋର୍ଟ ସେମାନଙ୍କ ଜାମିନ ମଞ୍ଜୁର କରିଥିବା ବେଳେ ଉକ୍ତ ଆଇନଜୀବୀଙ୍କ ବିରୋଧରେ ୪ଟି ଅପରାଧିକ ମାମଲା ରୁଜୁ କରାଯାଇଛି।
ନ୍ୟାଯ୍ୟ ଦାବି ପାଇଁ ଆଇନଜୀବୀମାନେ ଆନ୍ଦୋଳନ କରିଥିବା ଯୋଗୁଁ ସେମାନଙ୍କ ବିରୋଧରେ ଲାଗିଥିବା ଅପରାଧିକ ମାମଲା ଗୁଡ଼ିକ ପ୍ରତ୍ୟାହାର କରିବା ପାଇଁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ସୁପାରିଶ କରିବାକୁ ଅବଗତ କରାଇଥିଲେ। ଏଥିସହିତ, ରାଷ୍ଟ୍ରପତି ନିଜ ଅଭିଭାଷଣରେ ଜେଲ୍ରେ ରହିଥିବା ଗରିବ ଶ୍ରେଣୀର ଲୋକଙ୍କୁ ଆଇନଗତ ସହାୟତା ଦେବାପାଇଁ କହିଥିବା ବେଳେ ‘ଓଲା’ କର୍ମକର୍ତ୍ତା ଏଦିଗରେ କାର୍ଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।
‘ଓଲା’ର ଅଧ୍ୟକ୍ଷ ଜ୍ଞାନରଂଜନ ମହାନ୍ତି, ସଭାପତି ବିରେନ୍ଦ୍ର କୁମାର ପଟ୍ଟନାୟକ, ସାଧାରଣ ସଂପାଦକ ସଂଜୀତ୍ କୁମାର ପାଣିଗ୍ରାହୀ, ଉପଦେଷ୍ଟା ସୁବାସ ଚନ୍ଦ୍ର ମିଶ୍ର, ସାଂଗଠନିକ ସଂପାଦକ ସଂଜୀତ୍ ମହାନ୍ତି ପ୍ରମୁଖ ରାଷ୍ଟ୍ରପତିଙ୍କ ସହିତ ସାକ୍ଷାତାଲୋଚନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/6465465gdjgjgjggjd.jpg)