ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘର ବିକ୍ଷୋଭ

ଭୁବନେଶ୍ୱର : ୭ ଦଫା ଦାବି ନେଇ ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚକ ପାଚିକା ମହାସଂଘ ପକ୍ଷରୁ ରାଜଧାନୀର ଲୋୟର ପିଏମ୍‌ଜିରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ମହାସଂଘ ସଭାପତି ଯୋଗେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ହଜାରେରୁ ଊର୍ଧ୍ବ ପାଚକ ପାଚିକା ମାଷ୍ଟରକ୍ୟାଣ୍ଟିନ ଛକରୁ ଏକି ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ସେଠାରେ ଦାବି ନେଇ ନାରାବାଜି କରିବା ସହ ଧାରଣାରେ ବସି ରହିଥିଲେ। ଦାବିଗୁଡ଼ିକ ମଧ୍ୟରେ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ସର୍ବନିମ୍ନ ମଜୁରି ୨୭୫ ଟଙ୍କା ଲାଗୁ କରି ମାସିକ ୮୨୫୦ ଟଙ୍କା ପ୍ରଦାନ କରିବା, ଚତୁର୍ଥ ଶ୍ରେଣୀ ସରକାରୀ ମାନ୍ୟତା ପ୍ରଦାନ କରିବା, ଚିକିତ୍ସା ଭତ୍ତା ସହ ଜୀବନବୀମା ସୁବିଧା କରିବା, ୨୦୧୮ ମସିହା ଜାନୁଆରି ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଚଳିତ ବର୍ଦ୍ଧିତ ଦରମାର ବକେୟା ପାଉଣା ‌ଦେବା, ପେନ୍‌ସନ୍‌ ଲାଗୁ କରିବା ଆଦି ୭ ଦଫା ଦାବି ନେଇ ସଂଘ ଦାବି କରିଛି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ଚେତାବନୀ ଦେଇଛି।

ସମ୍ବନ୍ଧିତ ଖବର