ସାରା ରାଜ୍ୟରେ ୨୬୦୦ରୁ ଅଧିକ ମେଢ଼, ୧୭୦ କୋଟିର ବଜେଟ୍‌

0

ଭୁବନେଶ୍ବର: ଆଶ୍ବୀନର ଆଲିଙ୍ଗନରେ ହସୁଛି ପଲ୍ଲୀରୁ ସହର। ଧାଡ଼ିଧାଡ଼ି ଆଲୁଅ ମାଳାରେ ଝଟକୁଛି ଶୁକ୍ଳ ପକ୍ଷ। ତୋରଣରେ ଆଙ୍କି ହୋଇଛି ଭିନ୍ନ ଏକ ଦୁନିଆ। କୋଉଠି ଚାନ୍ଦି ମେଢ଼ ତ କୋଉଠି ସୁନା ଅଳଙ୍କାରରେ ସଜେଇ ହୋଇ ମନ ହରୁଛି ମା’। ପୂଜା ଛୁଟିରେ ମା’କୁ ଭେଟିବାକୁ ଯେମିତି ପୂଜା ମଣ୍ଡପକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ପୂଜା ପ୍ରତି ରୁଚି ଯୋଗୁଁ ପ୍ରତିବର୍ଷ ଗଢ଼ି ଉଠୁଛି ନୂଆ ନୂଆ ପୂଜା ମଣ୍ଡପ। କଟକ, ଭୁବନେଶ୍ବର ଓ ବାଲେଶ୍ବର ସମେତ ସମଗ୍ର ରାଜ୍ୟରେ ୨୬୦୦ରୁ ଅଧିକ ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି। ସବୁଠୁ ବଡ଼ ପୂଜା ମଣ୍ଡପରେ ଭୁବନେଶ୍ବରରେ ୩୦ରୁ ୩୫ ଲକ୍ଷ ଟଙ୍କା ଖର୍ଚ ହୋଇଥିବା ବେଳେ ସବୁଠୁ ଛୋଟ ମଣ୍ଡପରେ ଅନ୍ୟୂନ ଲକ୍ଷେରୁ ୫ଲକ୍ଷ ଟଙ୍କା ଖର୍ଚ ହେଉଛି। କେବଳ ଭୁବନେଶ୍ବର ଓ କଟକରେ ୩୨୬ ପୂଜା ମଣ୍ଡପରେ ୫୦ କୋଟି ଟଙ୍କା ବ୍ୟୟ ହୋଇଛି। ଯଦି ବାକି ୨୩୦୦ ପୂଜା ମଣ୍ଡପକୁ ବିଚାରକୁ ନିଆଯାଏ ଅନ୍ୟୂନ ୫ଲକ୍ଷ ଟଙ୍କାଏ ହିସାବକୁ ନେଲେ ୧୧୫ କୋଟି ଖର୍ଚ ହେବ। ତେଣୁ ହିସାବ ମୁତାବକ ରାଜ୍ୟର ‌ମୋଟ୍‌ ପୂଜା ବଜେଟ୍‌ ୧୭୦ କୋଟି ଅତିକ୍ରମ କରିବ ବୋଲି ଆକଳନ କରାଯାଇଛି। ଦ୍ବୈତ ନଗରୀରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ସହର ଭିତ୍ତିରେ ଆଗରେ ରହିଛି ଭୁବନେଶ୍ବର। ୩୦କୋଟି ଟଙ୍କା ବ୍ୟୟରେ ୧୭୬ଟି ପୂଜା ମଣ୍ଡପରେ ଏଥର ପୂଜା ଅନୁଷ୍ଠିତ ହେଉଛି। ତୋରଣରେ ସବୁ ସହରକୁ ବଳିଯାଇଛି ରାଜଧାନୀ। କଟକରେ ୨୭ରୁ ୩୦ କୋଟି ଟଙ୍କା ବ୍ୟୟରେ ୧୬୦ ପୂଜା ମଣ୍ତପରେ ମା’ ବିରାଜମାନ କରିଥିବା ବେଳେ ଚାନ୍ଦି ମେଢ଼ରେ ସାଜସଜାରେ କଟକ ଶୀର୍ଷରେ ରହିଛି। କଟକ ଚଣ୍ତୀ ପୀଠ ମଧ୍ୟ ଲୋକାରଣ୍ୟ ହୋଇଛି। ରାଉରକେଲାରେ ୧୦୪ଟି ପୂଜା ମଣ୍ଡପରେ ମା’ ବିରାଜମାନ କରିଛନ୍ତି। ଜିଲ୍ଲା ଭିତ୍ତିରେ ବାଲେଶ୍ବର ସର୍ବାଗ୍ରେ ରହିଛି। ୨୯୦ ମଣ୍ତପରେ ମା’ ଦୁର୍ଗା ଓ ପାର୍ଶ୍ବ ଦେବଦେବୀଙ୍କ ପୂଜା ହେଉଛି। ଏହାପରେ ରହିଛି ଗ˚ଜାମ। ଗ˚ଜାମ ଓ ଭ˚ଜନଗରକୁ ମିଶାଇ ୧୯୩ଟି ମଣ୍ତପରେ ପୂଜା ଅନୁଷ୍ଠିତ ହେଉଛି। ଗଞ୍ଜାମର ଭୈରବୀ, ତାରାତାରିଣୀ, ନାରାୟଣୀ ଓ ସି˚ହାସନୀ ଶକ୍ତିପୀଠରେ ମଧୢ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। କେନ୍ଦ୍ରାପଡ଼ାରେ ୫କୋଟି ଟଙ୍କା ବ୍ୟୟରେ ୧୬୫ଟି ମଣ୍ତପରେ ପୂଜା ହେଉଥିବା ବେଳେ ପଟ୍ଟାମୁଣ୍ତାଇରେ ପୂଜା ମହା ଆଡ଼ମ୍ବରରେ ପାଳିତ ହେଉଛି। ବଙ୍ଗାଳି ସାହିରେ ବଙ୍ଗୀୟ ରୀତିରେ ପୂଜାର୍ଚନା କରାଯାଉଛି। ନୂଆପଡ଼ାରେ ୯୦ଟି ମଣ୍ତପ ଏବ˚ ନୟାଗଡ଼ ସହରରେ ୧୪ଟି ମେଢ଼ ସମେତ ୮୧ଟି ମଣ୍ତପରେ ପ୍ରାୟ ୧କୋଟି ୪୦ ଲକ୍ଷ ଟଙ୍କା ବ୍ୟୟରେ ପୂଜା ଅନୁଷ୍ଠିତ ହେଉଛି।

କଳାହାଣ୍ଡିରେ ୮କୋଟି ଟଙ୍କା ବ୍ୟୟରେ ୯୩ଟି ମଣ୍ଡପରେ ପୂଜା ହେଉଛି। ପୁରୀ ଜିଲ୍ଲାରେ ୭୩ ମଣ୍ତପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ବାଟ ମଙ୍ଗଳା ଓ ଉତ୍ତରାୟଣୀ ପୀଠ ଆଦିରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଯାଜପୁରରେ ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ୧୪୯ ସୁସଜ୍ଜିତ ମଣ୍ତପରେ ଦେବୀ ପୂଜା ପାଉଥିବା ବେଳେ ପ୍ରତ୍ୟକ୍ଷ ଠାକୁରାଣୀ ବିରଜା ପୀଠରେ ଜାକଜମକରେ ପୂଜା ବିଧି ଅନୁଷ୍ଠିତ ହେଉଛି। କେଉଁଝରରେ ୧କୋଟି ଟଙ୍କା ବ୍ୟୟରେ ୬୧ଟି ମଣ୍ତପରେ ପୂଜା ଅନୁଷ୍ଠିତ ହେଉଥିବାବେଳେ ମା’ ତାରିଣୀଙ୍କ ପୀଠରେ ଦର୍ଶନ ପାଇଁ ଭିଡ଼ ଜମୁଛି। ଢେଙ୍କାନାଳରେ ୪୫ଟି ମଣ୍ତପରେ ମା’ ଓ ପାର୍ଶ୍ବଦେବୀଙ୍କ ଦର୍ଶନ ମିଳୁଥିବା ବେଳେ କାମାକ୍ଷାନଗରରେ ପୂଜା ବେଶ୍‌ ଆଡ଼ମ୍ବରପୂର୍ଣ୍ଣ ହୋଇଛି। ଭଦ୍ରକରେ ୫୫ଟି ମଣ୍ତପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ବଙ୍କବାସୁଳୀ ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ଅନୁଗୁଳରେ ପ୍ରାୟ ୧କୋଟି ୨୦ ଲକ୍ଷ ଟଙ୍କା ବ୍ୟୟରେ ୪୬ଟି ମଣ୍ତପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ସାଉଥ୍‌୍‌ବଲଣ୍ତାରେ ପୂଜା ଆକର୍ଷଣ ସାଜିଛି। ଖୋର୍ଧାରେ ୨୨ଟି ମଣ୍ତପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ବାଣପୁରର ପ୍ରତ୍ୟକ୍ଷ ଠାକୁରାଣୀ ଭଗବତୀଙ୍କ ପୀଠକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି। ସୁନ୍ଦରଗଡ଼ରେ ୩୨ଟି, ଗଜପତିରେ ୨୯ଟି, ବଲାଙ୍ଗୀରରେ ୯୧ଟି ପୂଜା ମଣ୍ତପରେ ପୂଜା ଅନୁଷ୍ଠିତ ହେଉଛି। ଗଜପତିରେ ନୀଳିମା ମନ୍ଦିର ଓ ବଲାଙ୍ଗୀରର ସମଲେଇ ଓ ପାଟଣେଶ୍ବରୀ ପୀଠରେ ନବରାତ୍ରୀ ପର୍ବ ମହା ଆଡ଼ମ୍ବରରେ ପାଳିତ ହେଉଛି।

ଜଗତସି˚ହପୁରରେ ୧କୋଟି ୫୦ଲକ୍ଷ ବ୍ୟୟରେ ୭୦ଟି ମଣ୍ତପରେ ମା’ ଓ ଦେବଦେବୀ ପୂଜା ପାଉଥିବା ବେଳେ ଝଙ୍କଡ଼ ସାରଳା ପୀଠରେ ଭକ୍ତଙ୍କ ସମାଗମ ହେଉଛି। କନ୍ଧମାଳରେ ୩୩ଟି ମଣ୍ତପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ବରାଳ ଦେବୀ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହେଉଛି। ସମ୍ବଲପୁରରେ ୫୪ଟି ପୂଜା ମଣ୍ତପ ସମେତ ଅଧିଷ୍ଠାତ୍ରୀ ଦେବୀ ସମଲେଶ୍ବରୀଙ୍କ ପୀଠରେ ଦର୍ଶନାର୍ଥୀଙ୍କ ସମାଗମ ହେଉଛି। ଝାରସୁଗୁଡ଼ା ୧୦କୋଟି ଟଙ୍କା ବ୍ୟୟରେ ୯୧ଟି ମଣ୍ତପରେ ପୂଜା ଆଡ଼ମ୍ବର ସହକାରେ ପାଳିତ ହେଉଛି। ବରଗଡ଼ରେ ୭କୋଟି ୩୫ଲକ୍ଷ ବ୍ୟୟରେ ୧୦୨ଟି ମଣ୍ତପରେ ପୂଜା ଅନୁଷ୍ଠିତ ହେଉଥିବା ବେଳେ ନଦୀପଡ଼ାରେ ପୂଜା ୭୮ ବର୍ଷରେ ପଦାର୍ପଣ କରିଛି। ବଲାଙ୍ଗୀରରେ ୩କୋଟି ୨ଲକ୍ଷ ଟଙ୍କା ବ୍ୟୟରେ ୯୨ ପୂଜା ମଣ୍ଡପରେ ପୂଜା ହେଉଛି। ସେହିଭଳି ସୁବର୍ଣ୍ଣପୁରରେ ୩କୋଟି ଟଙ୍କା ବ୍ୟୟରେ ୫୯ଟି ପୂଜା ମଣ୍ଡପରେ ପୂଜା ଅନୁଷ୍ଠିତ ହେଉଛି।

ସୋନପୁରରେ ୩୨ଟି ସୁସଜ୍ଜିତ ମଣ୍ତପରେ ମା’ ବିରାଜମାନ କରିଥିବା ବେଳେ ସୁରେଶ୍ବର, ଖମ୍ବେଶ୍ବରୀ ଓ ସମଲେଶ୍ବରୀ ପୀଠରେ ଭିଡ଼ ପରିଲକ୍ଷିତ ହେଉଛି। ବୌଦ୍ଧରେ ୧କୋଟି ୫୦ ଲକ୍ଷ ଟଙ୍କା ବ୍ୟୟରେ ୧୩ଟି ମଣ୍ତପରେ ମା’ଙ୍କୁ ଆବାହନ କରାଯାଇଥିବା ବେଳେ ଭୈରବୀ ପୀଠରେ ଭିଡ଼ ଜମିଛି। କଳାହାଣ୍ତିରେ ୫୦ଟି ମଣ୍ତପରେ ଦେବୀଙ୍କ ଦର୍ଶନ ମିଳୁଥିବା ବେଳେ ମାଣିକେଶ୍ବରୀ, ଲକ୍ଷେଶ୍ବରୀ ଓ କନକଦୁର୍ଗା ପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି।

ସେହିପରି ନବରଙ୍ଗପୁରରେ ୪୦ଟି ମେଢ଼ ଦେଖିବାକୁ ମିଳିଥିବା ବେଳେ ‘ମା ଭଣ୍ତାରଘରଣୀ’ଙ୍କ ପୀଠରେ ଜାକଜମକରେ ପୂଜା ପାଳିତ ହେଉଛି। ଏଥିସହିତ କୋରାପୁଟରେ ୫୫ଟି, ରାୟଗଡ଼ାରେ ୨୬ଟି, ମୟୂରଭ˚ଜ ଓ ବାରିପଦାରେ ୧୦୦ଟି, ଦେବଗଡ଼ରେ ୭ଟି (୩୦ଲକ୍ଷ), ମାଲକାନଗିରିରେ ୧୦ଟି ମଣ୍ତପରେ ପୂଜା ଅନୁଷ୍ଠିତ ହେଉଛି। ମଣ୍ତପ ବ୍ୟତୀତ ଦେବୀ ପୀଠରେ ନବରାତ୍ରୀ ଉତ୍ସବ ସାରା ରାଜ୍ୟକୁ ଏକ ଆଧୢାତ୍ମିକ ପରିବେଶରେ ଆଚ୍ଛାଦିତ କରିଛି। ଗାଁ’ରୁ ସହର ହୋଇଛି ଦେବୀମୟ।

ସମ୍ବନ୍ଧିତ ଖବର