ଆଜି କୋଟିଆରେ ସର୍ବଦଳୀୟ ସମାବେଶ

କୋରାପୁଟ: ଆଜି କୋଟିଆରେ ସର୍ବଦଳୀୟ ସମାବେଶ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ରାଜନୈତିକ ଦଳର ନେତା ଏକାଠି ହେବେ। ପ୍ରଥମେ ମାଟି ପରେ ପାର୍ଟିର ନାରା ଦେଇ ସବୁ ଦଳର ନେତା ବୈଠକରେ ଯୋଗଦେବେ। ଅନ୍ୟପଟେ ଆନ୍ଧ୍ରପ୍ରଦେଶର ପ୍ରଶାସନିକ ଅଧିକାରୀ ଓ ନେତା ତେଲୁଗୁ ଫଳକ ଲଗାଇ ନିଜର ସ୍ଥିତି ଜାହିର କରିବାର କାର୍ଯ୍ୟକ୍ରମ ରହିଛି। ଏସବୁ ଭିତରେ ଆନ୍ଧ୍ରପ୍ରଦେଶର ଶତାଧିକ ଲୋକ ଓଡ଼ିଶାରେ ମିଶିବାର କାର୍ଯ୍ୟକ୍ରମ ରହିଛି।

ଏପରି ସ୍ଥିତରେ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କା ରହିଛି। ଏଥିପାଇଁ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ଆନ୍ଧ୍ର ସରକାର ଦାୟୀ ରହିବେ ବୋଲି ଜିଲ୍ଲା ବିଜେଡି ସଭାପତି ଇଶ୍ୱର ପାଣିଗ୍ରାହୀ କହିଛନ୍ତି।

ସୂଚନାଯୋଗ୍ୟ, କୋଟିଆରେ ଆନ୍ଧ୍ରର ଜିଲ୍ଲାପରିଷଦ ନିର୍ବାଚନ ସମୟରେ ମଧ୍ୟ ସବୁ ନେତା ଏକାଠି ହୋଇଥିଲେ। ଜିଲ୍ଲାର ସମସ୍ତ ବିଧାୟକ ଓ ନେତା କୋଟିଆ ସୀମାନ୍ତରେ ଧାରଣା ଦେବା ସହ ସୀମାନ୍ତକୁ ଜଗି ବସିଥିଲେ।

ଏଣେ ଉତ୍କଳ ସମ୍ମିଳନୀର ଗୋଟିଏ ଟିମ୍ ଶନିବାର ନେରେଡେବାଲସା ଏବଂ ତାଲିବାଲସା ଗାଁକୁ ଗସ୍ତ କରିଥିଲା। ଉତ୍କଳ ସମ୍ମିଳନୀ ମୁଖ୍ୟ ବିନୋଦ ମହାପାତ୍ରଙ୍କ କହିବା ଅନୁଯାୟୀ କେବଳ ଫଳକ ପୋତିଦେଲେ କୋଟିଆ ଆନ୍ଧ୍ରର ହୋଇଯିବ ନାହିଁ। ଲୋକଙ୍କ ଭାବାବେଗ ସହ ଜଡ଼ିତ ମଧ୍ୟ ହେବାକୁ ପଡ଼ିଛି। ଆଉ ଓଡ଼ିଶା ସବୁବେଳେ କୋଟିଆବାସୀଙ୍କ ସହ ରହିଛି।

ସମ୍ବନ୍ଧିତ ଖବର