ବରଗଡ଼: ପଦ୍ମପୁର ଉପନିର୍ବାଚନ ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଉପସ୍ଥିତିରେ ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଛି। ଏଥିରେ ମିଡିଆ ସର୍ଟିଫିକେସନ୍‌ ଏବଂ ମୋନିଟରିଂ କମିଟିର କାର୍ଯ୍ୟବଳୀ ଏବଂ ରାଜନୈତିକ ଦଳଗୁଡ଼ିକର ଖର୍ଚ୍ଚ ଉପରେ ଆଲୋଚନା ହୋଇଥିଲା। ନିର୍ବାଚନ ବେଳେ ବ୍ୟବହୃତ ସାମଗ୍ରୀଗୁଡ଼ିକର ଆନୁମାନିକ ଖର୍ଚ୍ଚ ତାଲିକା ପ୍ରଶାସନ ଜାରି କରିଛି।

Advertisment

ଗଣମାଧ୍ୟମ ଏବଂ ଦଳଗୁଡ଼ିକ ପ୍ରାର୍ଥୀଙ୍କ ପ୍ରଚାର ସଂପର୍କୀତ ଖବର ପ୍ରକାଶ କରିବା ପୂର୍ବରୁ ମନିଟରିଂ କମିଟିର ଅନୁମତି ନେବାକୁ କୁହାଯାଇଛି। ଦେୟଯୁକ୍ତ ଖବର ନେଇ ସମସ୍ତ ଯାଂଚ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ବୈଠକରେ ଏସ୍‌ପି ପରମାର ସ୍ମିତ୍‌ ପୁରୁଷୋତ୍ତମ ଦଶ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ, କୃତୀବାସ ରାଉତଙ୍କ ସମେତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧି ଉପସ୍ଥିତ ଥିଲେ।