ଭୁବନେଶ୍ୱର: ବିଜେପୁର ଉପନିର୍ବାଚନ ନିମନ୍ତେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧକାରୀ(ସିଇଓ) ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛିା ଭାରତ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିଜେପୁର ଉପନିର୍ବାଚନ ପାଇଁ ଜାରି କରାଯାଇଥବା ବିଜ୍ଞପ୍ତି, ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ, ନାମାଙ୍କନ ପତ୍ର ଯାଞ୍ଚ ଓ ପ୍ରତ୍ୟାହାର, ମତଦାନ ତାରିଖ ଓ ଭୋଟ ଗଣତି ସହ ନିର୍ବାଚନ ପ୍ରକ୍ରିୟା ଶେଷ ଇତ୍ୟାଦି ତଥ୍ୟଗୁଡ଼ିକୁ ବୈଠକରେ ଉପସ୍ଥିତ ଥବା ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଅବଗତ କରାଇବା ସହ ଆସନ୍ତା ଉପନିିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ ପରିଚାଳନା କରିବା ନିମନ୍ତେ ଶ୍ରୀ କୁମାର ସେମାନଙ୍କର ସହଯୋଗ କାମନା କରିଥଲୋ

Advertisment

ଉପନିର୍ବାଚନ ଘୋଷଣା ଦିନଠାରୁ ସମଗ୍ର ବରଗଡ଼ ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ କରାଯାଇଛିା ସର୍ବସାଧାରଣ କୋଠାମାନଙ୍କରେ ନିର୍ବାଚନ ସଂପର୍କୀତ ବ୍ୟାନର, ହୋଡିଂ ଓ ପୋଷ୍ଟରଗୁଡ଼ିକୁ ନ ଲଗାଇବା ପାଇଁ ରାଜନୈତିକ ଦଳ ଓ ସେମାନଙ୍କର କର୍ମୀମାନଙ୍କୁ ଅନୁରୋଧ କରାଯାଇଛିା ନାମାଙ୍କନ ପତ୍ର ଦାଖଲବେଳେ ପ୍ରାର୍ଥୀମାନେ ଫର୍ମ ନଂ ୨୬ରେ ସଂପୂର୍ଣ୍ଣ ବିବରଣୀ ପ୍ରଦାନ କରିବେ, ହେଲେ ସତ୍ୟପାଠ ଫର୍ମର କୌଣସି ସ୍ତମ୍ଭ କିମ୍ବା କୌଣସି ଧାଡ଼ି ଖାଲି ରହିବ ନାହିଁ। ଯଦି କୌଣସି ପ୍ରାର୍ଥୀଙ୍କ ବିରୁଦ୍ଧରେ ଅପରାଧକ ମାମଲା ଥାଏ, ତେବେ ସେମାନେ, ନିର୍ବାଚନ ପ୍ରଚାର ସମୟରେ ଅନ୍ତତଃ ୩ ଥର ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ ସେମାନେ ତାହାର ପ୍ରଚାରପ୍ରସାର କରାଇବୋ ପ୍ରଥମ ଥର ପାଇଁ ବିଜେପୁର ଉପନିର୍ବାଚନରେ ଇଭିଏମ୍‌/ଭିଭିପାଟ୍‌ କ୍ଷେତ୍ରରେ ଏମ୍‌-୩ ଭର୍ସନ ମେସିନ୍‌ (୨୦୧୨ ମସିହା ପରେ ତିଆରି ହୋଇଥବା ସର୍ବଶ୍ରେଷ୍ଠ ସଂସ୍କରଣ) ନିର୍ବାଚନରେ ବ୍ୟବହାର କରାଯିବା

ଏହି ବୈଠକରେ ଭାରତୀୟ ଜନତା ପାର୍ଟିର ସମୀର ମହାନ୍ତି, ଗୋଲକ ମହାପାତ୍ର ଓ ଅଶୋକ କୁମାର ତ୍ରିପାଠୀ, ବିଜୁ ଜନତା ଦଳର ସାଧାରଣ ସଂପାଦକ ଅନନ୍ତ ନାରାୟଣ ଜେନା, ଅନୁସୂଚିତ ଜାତି ଜନମୋର୍ଚ୍ଚାର ସାଧାରଣ ସଂପାଦକ ସଂଜୟ କୁମାର ସେଠୀ, ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧକାରୀ ହରିବଲ୍ଲଭ ମିଶ୍ର ଓ ଅଭୟ କୁମାର ନାୟକ, ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧକାରୀ ଶତ୍ରୁଘ୍ନ କର ଓ ନୀତି ଶେଖର ସେନ୍‌ ପ୍ରମୁଖ ଯୋଗଦେଇଥଲୋ