ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣା : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ଛାତ୍ରଛାତ୍ରୀ ପାସ୍

ଭୁବନେଶ୍ବର:  କରୋନା ମୁକାବିଲା ନେଇ ଦେଶବ୍ୟାପୀ ତାଲାବନ୍ଦ ଜାରି ରହିଛି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ କରୋନା ପାଇଁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ କରିଦିଆଯାଇଛି । ତେବେ ଏହାକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ।  ରାଜ୍ୟରେ ଥିବା ସମସ୍ତ ବିଦ୍ୟାଳୟରେ ପାଠପଢୁଥିବା ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ପାସ୍ କରିଦିଆଯିବ ବୋଲି ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ତେବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କର କରୋନା ଯୋଗୁଁ ପରୀକ୍ଷା ହୋଇପାରି ନଥିଲା । ତେଣୁ ସମସ୍ତ ଛାତ୍ରାଛାତ୍ରୀ ଚଳିତ ବର୍ଷ ପାଇଁ ଉପର ଶ୍ରେଣୀକୁ ଉତୀର୍ଣ୍ଣ ହେବେ । ସେମାନଙ୍କର ଆଉ ପୁନର୍ବାର ପରୀକ୍ଷା ହେବ ନାହିଁ ତେବେ ଆସନ୍ତା ବର୍ଷରୁ ପାସଫେଲ ବ୍ୟବସ୍ଥା ଲାଗୁ କରାଯିବା ନେଇ ଆଜି ଆନୁଷ୍ଠାନିକ ଭାବେ ଘୋଷଣା କଲେ ବିଭାଗୀୟ ମନ୍ତ୍ରୀ ।

ସେହିପରି କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସ୍କୁଲ, କଲେଜ ଛୁଟି ଥିବା ବେଳେ ଛାତ୍ରଛାତ୍ରୀଙ୍କୁ ବାର୍ତା ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି ଏଭଳି ଏକ ସମୟରେ ପିଲାମାନେ ପାଠପଢ଼ୁଥିବେ ବୋଲି ମୋର ଆଶା ଓ ବିଶ୍ବାସ। ଆସନ୍ତା ୩ ମାସ ପାଇଁ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ଦିଆଯାଇଛି। ଜୁନ୍ ୧୫ରୁ ପୁଣିଥରେ ମଧ୍ୟାହ୍ନଭୋଜନ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହେବ। ଇତିମଧ୍ୟରେ ସରକାରଙ୍କ ପକ୍ଷରୁ ବଣ୍ଟନ ହେଉଥିବା ମଗଣା ପାଠ୍ୟପୁସ୍ତକ ଜିଲ୍ଲାସ୍ତରରେ ପହଞ୍ଚିସାରିଛି।

ସମ୍ବନ୍ଧିତ ଖବର