ଝାରସୁଗୁଡା: ଉତ୍ତରପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗି ରହିଛି। ବର୍ଷା ସହିତ ପାଗ ବି କୋହଲା ରହିଛି। ପାଗ ଖରାପ କାରଣରୁ ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ଉଡିବାକୁ ଥିବା ଓ ଅବତରଣ କରିବାକୁ ଥିବା ସମସ୍ତ ବିମାନକୁ ବାତିଲ କରି ଦିଆଯାଇଛି।
ଅନ୍ୟପଟେ ଏହି ବର୍ଷା ପ୍ରଭାବ ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଉପରେ କୌଣସି ପକାଇ ନାହିଁ। ଏହି ବିମାନବନ୍ଦରରୁ ସମସ୍ତ ବିମାନ ଉଡାଣ ଓ ଅବତରଣ ପୂର୍ବ ଭଳି ସ୍ୱାଭାବିକ ରହିଛି। ପାଗ ଖରାପ ପାଇଁ କୌଣସି ବିମାନକୁ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରରୁ ବାତିଲ କରାଯାଇ ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/download-4-1.jpg)