ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା; ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି

ପୁରୀ: ରାତି ପାହିଲେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ସ୍ନାନବେଦୀରେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି। ଏଥିପାଇଁ ଶ୍ରୀକ୍ଷେତ୍ର ପୁରୀ ଚଳଚଂଚଳ ହୋଇଉଠିଛି। ଦେଶ-ବିଦେଶରୁ ଭକ୍ତମାନଙ୍କର ଆଗମନ ହୋଇଛି। ପୁରୀରେ ଗହଳି ଲାଗିଛି। ପୂର୍ବାହ୍ନଣ ଓ ମଧ୍ୟାହ୍ନରେ ବିଭିନ୍ନ ନୀତିକାନ୍ତି ପରେ ଅପରାହ୍‌ଣ ୩ଟା ୩୦ରେ ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶ ହେବ। ପୁରା ପୁରୀକୁ କାଲି ୬୮ ପ୍ଲାଟୁନ ପୁଲିସ ଜଗିବେ। ଭକ୍ତମାନେ ବ୍ୟାରିକେଡରେ ସିଂହଦ୍ୱାର ଦେଇ ସ୍ନାନବେଦୀରେ ହାତୀବେଶ ଦର୍ଶନ କରିପାରିବେ। ପରେ ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ। ଏଥିପାଇଁ ଟ୍ରାଫିକ କଟଣା ବି ଜାରି ହୋଇଛି।

ମହାପ୍ରଭୁଙ୍କ ସ୍ନାନଯାତ୍ରା ନୀତି

-୫ଟାରୁ ୭ଟା ମଧ୍ୟରେ ପହଣ୍ଡି
-୧୨.୨୦ରୁ ୧.୪୫ ମଧ୍ୟରେ ପ୍ରତ୍ୟକ୍ଷ ସ୍ନାନନୀତି
-୧୦୮ ଗରା ସୁବାସିତ ଜଳରେ ଗାଧେଇବେ ଶ୍ରୀଜିଉ
-ଜଗନ୍ନାଥ ୩୫ ଗରା, ବଳଭଦ୍ର ୩୩ ଗରା, ସୁଭଦ୍ରା ୨୨ ଓ ସୁଦର୍ଶନ ୧୮ ଗରାରେ ସ୍ନାନ କରିବେ
-୩ଟାରେ ଛେରାପହଁରା ନୀତି ହେବ
-୩.୩୦ରେ ହାତୀବେଶ

ମହାପ୍ରଭୁଙ୍କ ଦୁର୍ଲଭ ହାତୀବେଶକୁ ଭକ୍ତମାନେ ବଡଦାଣ୍ଡ ସମେତ ସ୍ନାନମଣ୍ଡପର ଅତି ନିକଟରୁ ୩ ଘଂଟା ଯାଏଁ ଦର୍ଶନ କରିବାର ସୁଯୋଗ ପାଇବେ । ସ୍ନାନ ଯାତ୍ରା ପାଇଁ ପୁରୀରେ ଭକ୍ତଙ୍କ ପ୍ରବଳ ଭିଡ ହେବ । ସେଥିପାଇଁ ଭିଡ ନିୟନ୍ତ୍ରଣ ବ୍ୟବସ୍ଥାକୁ ୫ଟି ଭାଗରେ ବିଭକ୍ତ କରାଯାଇଛି । ପୁରା ସହରକୁ ୬୮ ପ୍ଲାଟୁନ ଫୋର୍ସ ଜଗିବେ ।ଭିଡ ନିୟନ୍ତ୍ରଣ ପାଇଁ ଆଜି ପୁରୀରେ ମକଡ୍ରିଲ ହୋଇଛି । ଲୋକଙ୍କ ଭିଡକୁ ଦୃଷ୍ଟିରେ ରଖି ମାର୍କେଟ ଛକରୁ ମିରିଚିକୋଟ ଛକ ଓ ମରିଚିକୋଟ ଛକରୁ ଶ୍ରୀନଅର ଯାଏଁ ସ୍ୱତନ୍ତ୍ର ଛାୟା ବ୍ୟାରିକେଡ ହୋଇଛି ।

-ବିଭିନ୍ନ ସ୍ଥାନରୁ ଆସୁଥିବା ବସକୁ ରାସ୍ତା ଅନୁସାରେ ପରିବର୍ତ୍ତନ କରାଯାଇ ପାର୍କିଂ କରାଯିବ
-ଦୁଇ ଚକିଆ ଯାନ ମାର୍କେଟଛକଠାରୁ ନାୟକ ପ୍ଲାଜା ଯାଏଁ ପାର୍କିଂ କରିପାରିବେ
-ପାର୍କି ପୂର୍ଣ୍ଣ ହେଲାପରେ ସେହି ଅନୁସାରେ ପରିବର୍ତ୍ତନ କରାଯିବ
-ମାର୍କେଟ ଛକରୁ ନ ଭେଇକଲ ଜୋନ ଘୋଷଣା କରାଯାଇଛି
-କେବଳ ପାସଧାରୀ ମରିଚିକୋଟ ଛକ ଯାଇପାରିବେ
-ଭୁବନେଶ୍ୱରରୁ ଆସୁଥିବା ଯାନ ହରେକୃଷ୍ଣପୁର ଶ୍ରୀସେତୁ ଦେଇ ଜଗନ୍ନାଥ ବଲ୍ଲଭ ପାର୍କିଂକୁ ଆସିବେ
-ସିଂହଦ୍ୱାର ଦେଇ ଭକ୍ତ ପ୍ରବେଶ କରି ହାତୀବେଶ ଦର୍ଶନ କରିବେ
-ବାକି ୩ ଦ୍ୱାରା ଦେଇ ପ୍ରସ୍ଥାନ କରିବେ

୧୦୮ ଗରାରେ ଗାଧେଇବା ପରେ ଶ୍ରୀଜୀଉ ଅସୁସ୍ଥ ହୋଇ ଅଣସର ଘରକୁ ଯିବେ ଓ ରତ୍ନବେଦୀରେ ପୂଜା ପାଇବେ ପଟିଦିଅଁ ।

ସମ୍ବନ୍ଧିତ ଖବର