ଭୁବନେଶ୍ୱର: ମୌସୁମୀ ବାୟୁ ଓ ତତ୍ଜନିିତ ବର୍ଷା ରାଜ୍ୟରେ ପହଞ୍ଚିବା ପରେ ମୌସୁମୀ ଗାଏବ ହୋଇ ଯାଇଛି। ଫଳରେ ରାଜ୍ୟରେ ଗତ ୧ ସପ୍ତାହ ହେବ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି। ରାଜ୍ୟର ୧୪ରୁ ଊର୍ଧ୍ୱ ସହରର ତାପମାତ୍ର ୪୦ ଡିଗ୍ରି ସେଲସିୟସ ଉପରେ ଥିବାବେଳେ ଭୁବନେଶ୍ୱରର ତାପମାତ୍ରା ଗତ ୩ ଦିନ ହେବ ଲଗାତର ଭାବେ ୪୨ ଡିଗ୍ରି ସେଲସିୟସ ଉପରେ ରହିଛି। ଏହା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ଏ ପରିସ୍ଥିତିରେ ରାଜ୍ୟର ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଆଖିଆଗରେ ରଖି ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଗ୍ରୀଷ୍ମ ଛୁଟି ପରେ ଆସନ୍ତା ୧୮ ତାରିଖ ଦିନ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ବିଦ୍ୟାଳୟ ଗୁଡ଼ିକ ଖୋଲିବା ପାଇଁ ସ୍ଥିର ହୋଇଥିିଲା। ମାତ୍ର ପାଣିପାଗ ବିଭାଗ ଠାରୁ ସତର୍କ ସୂଚନା ପାଇବା ପରେ ରାଜ୍ୟ ସରକାର ଗତ ୧୬ ତାରିଖ ଦିନ ଏହି ଗ୍ରୀଷ୍ମ ଛୁଟିକୁ ୩ ଦିନ ବୃଦ୍ଧି କରିଥିଲେ। ଅର୍ଥାତ ଗ୍ରୀଷ୍ମ ଛୁଟି ପୂରିବା ପରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଆସନ୍ତା ୨୧ ତାରିଖରେ ଖୋଲିବ ବୋଲି ଗତ ୧୬ ତାରିଖ ଦିନ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ମାତ୍ର ପାଣିପାଗ ବିଭାଗ ପକ୍ଷରୁ ଯେଉଁ ସତର୍କ ସୂଚନା ଜାରି କରାଯାଇଛି, ତଦ୍ୱାରା ଆସନ୍ତା ୧ ସପ୍ତାହ ପର୍ଯ୍ୟନ୍ତ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ରୌଦ୍ରତାପରୁ ମୁକ୍ତି ନାହିଁ। ଏ ପରିସ୍ଥିତିରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦ୍ୟାଳୟଗୁଡ଼ିକର ଗ୍ରୀଷ୍ମାବକାଶ ଅବଧି ପୁଣି ୫ ଦିନ ବୃଦ୍ଧିି କରିଛନ୍ତି। ୨୧ ବଦଳରେ ଆସନ୍ତା ୨୬ ତାରିଖରେ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଖୋଲିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।
Chief Minister @Naveen_Odisha has announced to extend school holidays upto 25th June in #Odisha, to give relief to school going children from the extreme heat wave conditions.
— CMO Odisha (@CMO_Odisha) June 19, 2018