ଭୁବନେଶ୍ୱର: ଆଉ ମାତ୍ର କେଇ ଘଣ୍ଟା ପରେ ଭୁବନେଶ୍ବର ଓ କଟକ ମହାନଗରେ ସଟ୍ଡାଉନ୍ ସମୟ ଶେଷ ହୋଇଯିବ । ଏହା ପରେ ଏହି ଦୁଇ ମହାନଗରୀରେ ପୂର୍ବପରି ଲକ୍ଡାଉନ୍ ନିୟମ ଜାରି ରହିବ । ତେବେ, ଆଜି ରାତି ୮ଟାରେ ସଟ୍ଡାଉନ୍ ସମୟ ଶେଷ ହୋଉଥିଲେ ବି ଆଜି ଭୁବନେଶ୍ବର ଓ କଟକରେ କୌଣସି ଦୋକାନ ଖୋଲିବ ନାହିଁଁ ବୋଲି କହିଛନ୍ତି ବ୍ୟବସାୟୀ ମହାସଂଘର ସାଧାରଣ ସଂପାଦକ। ସମସ୍ତ ଦୋକାନ ଆସନ୍ତାକାଲି (ସୋମବାର) ସକାଳ ୭ଟା ପରେ ଖୋଲିବ।
ଅନ୍ୟପକ୍ଷରେ, ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ସଟ୍ଡାଉନ୍ ସରିବା ପରେ ମଧ୍ୟ ଲକ୍ଡାଉନ ପୂର୍ବଭଳି ଜାରି ରହିବ । ଆଜି ରାତି ୮ଟାରେ ସଟ୍ଡାଉନ୍ ଶେଷ ହେବା ପରେ ମଧ୍ୟ ଦୋକାନ ବନ୍ଦ ରହିବ । କାଲି ସକାଳୁ ଦୋକାନଗୁଡ଼ିକ ଖୋଲିବ । ତେଣୁ ରାତି ୮ଟା ପରେ ଲୋକମାନେ ବାହାରେ ଭିଡ ଜମାନ୍ତୁ ନାହିଁ । କାଲି ଲୋକମାନେ ଯେତେବେଳେ ଦୋକାନକୁ ଯିବେ, ସେ ସମୟରେ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା କରନ୍ତୁ । ଏବଂ ପୂର୍ବଭଳି ଲକ୍ଡାଉନ୍ ନିୟମ ପାଳନ କରନ୍ତୁ।
ଆଜି ରାତି ୮ଟାରେ ସରୁଛି ସଟଡାଉନ,ହେଲେ କାଲି ଖୋଲିବ ଦୋକାନ । କାଲି ସକାଳ ୭ଟାରୁ ଗ୍ରାହକଙ୍କ ଦୋକାନ ଖୋଲିବ । ଓଡିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକଙ୍କ ସୂଚନା । ଗ୍ରାହକଙ୍କ ସୁବିଧା ପାଇଁ କିଛି ଅତିରିକ୍ତ କାଉଣ୍ଟର ଖୋଲିବାକୁ ଯୋଜନା ।#Bhubaneswar #Shutdown #OdishaFightsCororna #Sambad pic.twitter.com/NORh9vMWPb
— Sambad (ସମ୍ବାଦ) (@sambad_odisha) April 5, 2020
ଉଲ୍ଲେଖଯୋଗ୍ୟ, ରାଜଧାନୀ ଭୁବନେଶ୍ୱର ସମେତ କଟକ ଓ ଭଦ୍ରକରେ ପ୍ରଥମେ ସଟ୍ଡାଉନ୍ ଆରମ୍ଭ ହୋଇଥିଲା । ୩ ତାରିଖ ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା ଲାଗୁ ହୋଇଥିଲା । ସଟ୍ଡାଉନ୍ର ଅବଧି ଆଜି ରାତି ୮ଟାରେ ଶେଷ ହୋଇଯିବ ।