ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଓ କଟକରେ ଥିବା ସରକାରୀ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ପରିଚାଳିତ ହେବ। କର୍ମଚାରୀ କମ ଥିଲେ ବି କାର୍ଯ୍ୟ ପ୍ରଭାବିତ ହେବ ନାହିଁ। ସାଧାରଣ ପ୍ରଶାସନ ପକ୍ଷରୁ ଏନେଇ ନଭେମ୍ବର ମାସ ପାଇଁ ଗାଇଡଲାଇନ୍‌ ଜାରି କରାଯାଇଛି।

Advertisment

ସରାକାର ସବୁ ବିଭାଗ ପାଇଁ ଏହି ଗାଇଡଲାଇନ୍‌ ଜାରି କରିଛନ୍ତି। ତେବେ ବିଭାଗୀୟ ମୁଖ୍ୟ ନିଷ୍ପତ୍ତି ନେବେ ଯେ, କେଉଁ କର୍ମଚାରୀ ଅଫିସରେ ଉପସ୍ଥିତ ରହିବେ। କିନ୍ତୁ ଆତ୍ୟାବଶ୍ୟକ କାର୍ଯ୍ୟାଳୟ ଯଥା ଏସ୍‌ଆରସି ଓ ଓସଡମା, ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ ସେବା, ପୌରପାଳିକା ସେବା ସମସ୍ତ କର୍ମଚାରୀଙ୍କୁ ନେଇ ଚାଲିବ। ସବୁ ବିଭାଗକୁ କୋଭିଡ-୧୯ ଗାଇଡଲାଇନ ପାଳନ କରିବାକୁ ହେବ। ଶନିବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଛୁଟି ରହିବ।