କଟକ : କେନ୍ଦ୍ରାପଡା ସାଂସଦଙ୍କ ନାଁରେ ଯୁବତୀ ଦୁର୍ବ୍ୟବହାର ଅଭିଯୋଗ ଆଣିବା ପରେ ମୁହଁ ଖୋଲିଲେ ଅନୁଭବ ମହାନ୍ତି। କହିଲେ, ସେ ଜନତାଙ୍କୁ କିଭଳି ବ୍ୟବହାର କରନ୍ତି ଓ ପରିବାରରୁ ତାଙ୍କୁ କିଭଳି ସଂସ୍କାର ମିଳିଛି ତାହା ପୂରା ଓଡିଶାବାସୀ ଜାଣିଛନ୍ତି। ରାଜନୀତିକୁ ଆସିବା ପରେ ତାଙ୍କ ପରିବାର ନାଁରେ ଏଭଳି ଅଭିଯୋଗ ଆସୁଛି। ସେ କେବେହେଲେ ଏଭଳି ବ୍ୟବହାର କରିପାରିବେ ନାହିଁ।
ଏହାଛଡା ଯୁବତୀ ଜଣକ ତାଙ୍କ ନାଁରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ସମ୍ପୂର୍ଣ୍ଣ ଭିତ୍ତିହୀନ। ପ୍ରତ୍ୟକ୍ଷ ରାଜନୀତିକୁ ଆସିବା ପରେ ଏଭଳି ଅଭିଯୋଗ ଆସିବ ବୋଲି ତାହା ଜାଣିଥିଲି। ତେଣୁ ମୋ ପରିବାରକୁ ଏ ବାବଦରେ ଅଧିକ ଚିନ୍ତା ନ କରିବାକୁ କହିଥିଲି। ଏହାଛଡା ମୋ ପତ୍ନୀଙ୍କ ଉପସ୍ଥିତିରେ କିଭଳି ଖରାପ ବ୍ୟବହାର କରିବି ବୋଲି ପ୍ରଶ୍ନ କରିଛନ୍ତି ଅନୁଭବ। ଏହାଛଡା ଯୁବତୀ ଜଣକ ଛେପ ପକାଇବା ନେଇ ଯେଉଁ ଅଭିଯୋଗ ଆଣୁଛନ୍ତି ତାହା ସମ୍ପୂର୍ଣ୍ଣ ମିଛ। ମୋ ପକ୍ଷରେ ଏଭଳି କରିବା ଅସମ୍ଭବ। ପୁଲିସ ପୂରା ଘଟଣାର ଯାଞ୍ଚ କରିବା ଆବଶ୍ୟକ।। ଯିଏ ବି ଏହା ପଛରେ ଅଛି ତାଙ୍କୁ ପୁଲିସ ଧରିବା ଆବଶ୍ୟକ। ପୁଲିସର ତଦନ୍ତ ପ୍ରକିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବି ବୋଲି କହିଛନ୍ତି ଅନୁଭବ।
ଏହାପୂର୍ବରୁ କେନ୍ଦ୍ରାପଡା ସାଂସଦଙ୍କ ନାଁରେ ଦୁର୍ବ୍ୟବହାର ଭଳି ସାଂଘାତିକ ଅଭିଯୋଗ ଆଣି ଥାନାରେ ଅଭିଯୋଗ କରିଥିଲେ ଜଣେ ମହିଳା। ମହିଳାଙ୍କ ଏତଲା ଆଧାରରେ କଟକ ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ମାମଲା ରୁଜୁ କରିଥିଲା ପୁଲିସ। ଏତଲା ଅନୁଯାୟୀ ସମ୍ପୃକ୍ତ ମହିଳାଙ୍କୁ ଅନୁଭବଙ୍କ ଭାଇ ଅନୁପ୍ରାସ ମହାନ୍ତି ୨୦୦୮ ମସିହାରେ ହଇରାଣ କରୁଥିଲେ। ବାଟରେ ଯିବା ବେଳେ ତାଙ୍କୁ କମେଣ୍ଟ ମାରିବା ସହ ହଇରାଣ କରୁଥିଲେ। ତେବେ ଘଟଣା ସମ୍ପର୍କରେ ଜଣାଇବାକୁ ସେ ଅନୁଭବଙ୍କ ଘରକୁ ଯାଇଥିଲେ। ତେବେ ସେଠାରେ ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିଲେ ବୋଲି ମହିଳା ଅଭିଯୋଗ ଆଣିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/an-f.jpg)