ଭୁବନେଶ୍ବର: ରାଜ୍ୟର ସମସ୍ତ ଅଙ୍ଗନବାଡ଼ିର ନିଜସ୍ୱ ଘର ନିର୍ମାଣ କରାଯିବ । ସେଠି ପାଣି, ବିଜୁଳିର ବ୍ୟବସ୍ଥା କରାଯିବ । ନିଜ ଅଞ୍ଚଳରେ ଆସୁଥିବା ଅଙ୍ଗନବାଡ଼ି ସେଣ୍ଟରକୁ ସିଡ଼ିପିଓ ମାନେ ସୁନ୍ଦର କରନ୍ତୁ । ଛଅ ମାସକୁ ଥରେ ପ୍ରତି ଅଙ୍ଗନବାଡିକୁ ପରିଦର୍ଶନରେ ଯାଆନ୍ତୁ ସିଡିପିଓ । ସମସ୍ତ ଅଙ୍ଗନବାଡ଼ିର ନିଜସ୍ବ ଘର ହେବା ନେଇ ବଡ଼ ସୂଚନା ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ତେବେ ଓଡ଼ିଶାକୁ ଅପପୁଷ୍ଟି ମୁକ୍ତ କରିବାକୁ ମଧ୍ୟ ଆହ୍ବାନ ଦେଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ । ଅପପୃଷ୍ଟିରେ ଜାତୀୟ ହାରଠୁ ଆଗରେ ଥିଲେ ବି ଓଡ଼ିଶା ଭଳି ରାଜ୍ୟରେ ଅପପୁଷ୍ଟି ରହିବା ଆମ ପାଇଁ ଶୁଭଙ୍କର ନୁହେଁ । କେବଳ ଇଣ୍ଟର ଲିଙ୍କ ନ ହୋଇ ପାରିବା ଏହାର ମୁଖ୍ୟ କାରଣ । ବିକଶିତ ଓଡ଼ିଶା ଗଠନ ଦିଗରେ ଏହାକୁ ଗୁରୁତ୍ୱ ଦେବା ଆବଶ୍ୟକ। ଓଡ଼ିଶାକୁ ଏକ ସକ୍ରିୟ ଅପପୁଷ୍ଟି ମୁକ୍ତ ରାଜ୍ୟ ଭାବେ ଗଢିବାକୁ ହେଲେ ସିଡିପିଓ ମାନଙ୍କ ସହଯୋଗ ଅତ୍ୟନ୍ତ ଆବଶ୍ୟକ । ସ୍ବଚ୍ଛତାର ସହ କାର୍ଯ୍ୟ କରିବା ସହ ଫିଲିଡ଼ ଭିଜିଟି ବା ପ୍ରବାସ କରିବାକୁ ପଡ଼ିବ । ସରକାର ଯାହା ପଠାଉଛନ୍ତି ତାହା ଅଙ୍ଗନବାଡ଼ିରେ ପହଁଚୁଛି ନା ନାହିଁ ଛୋଟ ଛୋଟ କଥାକୁ ଧ୍ୟାନ ନ ଦେଲେ ବଡ଼ ପରିବର୍ତ୍ତନ ଆସି ପାରିବ ନାହିଁ । ସରକାରଙ୍କୁ ଗ୍ରାଉଣ୍ଡର ସଠିକ ଫିଡ଼ବ୍ୟାକ ଦେବାକୁ ହେବ ବୋଲି ପ୍ରଭାତୀ କହିଛନ୍ତି ।
ସପ୍ତାହକୁ ୪ ଟି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବାକୁ ପଡୁଛି । କେଉଁଠି ସରକାରଙ୍କ କାର୍ଯ୍ୟକାରୀ କରାଯାଉନି । ଆଶା କରୁଛି ସରକାର ବଦଳିବା ପରେ ଆପଣମାନଙ୍କ ମାନସିକତା ବଦଳି ଥିବ । ଖାଦ୍ୟ ଠିକ ଭାବେ ନ ମିଳିଲେ ଦାୟୀ ରହିବେ ସିଡ଼ିପିଓ । ସବୁ ଦେଖି ଚୁପ ରହିଲେ ନିନ୍ଦିତ ହେବ ବିଭାଗ ବୋଲି ସେ କହିଛନ୍ତି ।
ସେପଟେ ସିଡ଼ିପିଓ ସମ୍ମିଳନୀରେ ସିଡିପିଓଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ଗ୍ରାଉଣ୍ଡରେ ଅଧିକାରୀଙ୍କ ମଧ୍ୟରେ ରହୁଛି ସମନ୍ୱୟର ଅଭାବ । ସବୁ ବିଭାଗ ସହ ସମନ୍ୱୟ ରକ୍ଷା କରି ଗ୍ରାଉଣ୍ଡରେ କାମ କର । ଗ୍ରାଉଣ୍ଡରେ ସମସ୍ୟା ରହୁଛି କିନ୍ତୁ ଜାଣିଶୁଣି ଅଣ୍ଡର ରିପୋର୍ଟିଂ କରାଯାଉଛି । ତେଣୁ ଗ୍ରାଉଣ୍ଡରେ ଯାହା ସମସ୍ୟା ହେଉଛି ତାକୁ ଆମ ପାଖକୁ ଆଣନ୍ତୁ ବୋଲି ସିଡ଼ିପିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ସମସ୍ୟା ଆଣିଲେ ଆମେ ତାର ସମାଧାନର ବାଟ ବାହାର କରିବୁ । ଗ୍ରାଉଣ୍ଡରେ ଯେଉଁ ସମସ୍ୟା ଆସୁଛି ତାକୁ ନେଇ ଠିକ ରିପୋର୍ଟିଂ କରନ୍ତୁ ବୋଲି କହିଲେ ମୁଖ୍ୟ ଶାସନ ସଚିବ। ରାଜ୍ୟର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ିକୁ ସଶକ୍ତ କରିବାର ଅଛି ତେଣୁ ଯାହା ଆବଶ୍ୟକତା ରହୁଛି ପ୍ରସ୍ତାବ ଦିଅନ୍ତୁ ବୋଲି ମଧ୍ୟ କହିଛନ୍ତି ମୁଖ୍ୟ ଶାସନ ସଚିବ ।