ସମ୍ବଲପୁର : ହୀରାକୁଦ ବନ୍ଧର ଖୋଲା ଥିବା ଏକମାତ୍ର ଗେଟ୍ଟିକୁ ବନ୍ଦ କରାଯାଇଛି। ଗୁରୁବାର ଦିନ ୩ଟା ବେଳେ ଏହି ଶେଷ ଗେଟ୍ ବନ୍ଦ କରିବାକୁ ଆଦେଶ ଦିଆ ଯାଇଥିଲା। ଗୁରୁବାର ରାତି ୯ଟା ବେଳେ ହୀରାକୁଦ ଜଳସ୍ତର ୬୨୪.୩୧ ଫୁଟ୍ ଥିଲା। ସେହି ସମୟରେ ଜଳଭଣ୍ଡାରକୁ ୭୫,୮୭୯ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୪୨,୭୪୧ କ୍ୟୁସେକ୍ ନିଷ୍କାସିତ ହେଉଥିଲା। ପାୱାର୍ ଚାନେଲ୍ ଦେଇ ୩୭,୭୬୨ କ୍ୟୁସେକ୍, ଜଳସେଚନ ପାଇଁ ବରଗଡ଼ ମୁଖ୍ୟ କେନାଲ୍ ଦେଇ ୪,୦୦୫ କ୍ୟୁସେକ୍, ଶାସନ ମୁଖ୍ୟ କେନାଲ ଦେଇ ୬୩୦ କ୍ୟୁସେକ୍, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୧୦୮ କ୍ୟୁସେକ୍, ଶିଳ୍ପ ସଂସ୍ଥା ପାଇଁ ୨୩୬ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା ବୋଲି ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।
ହୀରାକୁଦର ସବୁ ଗେଟ୍ ବନ୍ଦ ହେଲା
/sambad/media/post_attachments/wp-content/uploads/2019/02/Hirakud-Dam.jpg)