କେନ୍ଦ୍ରାପଡ଼ା : ‘ବିଧାନସଭାରେ ସବୁ ତଥ୍ୟ ଯେ ଠିକ୍‌ ଦେଉଥିବେ, ସେଇଟା ଠିକ୍‌ ନୁହେଁ। କୋଉଠି ଗୋଟେ ଯାନ୍ତ୍ରିକ ତ୍ରୁଟି ଥାଏ। କୋଉଠି କିରାଣି ଭୁଲ୍‌ ଲେଖି ଦେଇଥାଏ। ସତ କଥାକୁ ହିଁ ଧରାଯିବ।’ କେନ୍ଦ୍ରାପଡ଼ା ଜିଲ୍ଳାର ୭୭୮ଟି ପଡ଼ା ଗାଁକୁ ବିଜୁଳି ନ ଥିବା ପ୍ରଶ୍ନର ଉତ୍ତର ରଖିବାକୁ ଯାଇ ଗଣମାଧୢମ ଆଗରେ ଏଭଳି ମନ୍ତବ୍ୟ ରଖି ଦେଇଛନ୍ତି ଶକ୍ତି ତଥା ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ। ମନ୍ତ୍ରୀଙ୍କ ଏପ୍ରକାର ବୟାନ କେବଳ ଚର୍ଚ୍ଚାର ବିଷୟ ହୋଇନାହିଁ ବର˚ ବିଧାନସଭାରେ ଦିଆଯାଉଥିବା ତଥ୍ୟର ବିଶ୍ବସନୀୟତା ଉପରେ ପ୍ରଶ୍ନଚିହ୍ନ ଛିଡ଼ା କରିଛି।

Advertisment

ମନ୍ତ୍ରୀ ଶ୍ରୀ ଦେବ ଶୁକ୍ରବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ଭିତ୍ତିଭୂମିର ସମୀକ୍ଷା କରିବାକୁ ଆସିଥିଲେ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କ ସହିତ ଜିଲ୍ଲାରେ ଶିଳ୍ପ ବସିବା ପାଇଁ ଆବଶ୍ୟକ ସରକାରୀ ଜମି ଉପଲବ୍ଧତା ସ˚ପର୍କରେ ଆଲୋଚନା କରିଥିଲେ। ବିଶେଷକରି, ଶିଳ୍ପ ପାଇଁ ଜିଲ୍ଲାର କେଉଁ କେଉଁ ସ୍ଥାନରେ ସରକାରୀ ଜମି ସମେତ ଅନ୍ୟାନ୍ୟ ସୁବିଧା ରହିଛି, ତାହାର ସମୀକ୍ଷା କରିଥିଲେ। ଏହାପୂର୍ବରୁ ମଧୢ ନିଜେ ଡେରାବିଶ ବ୍ଲକ୍‌ର କେତେକ ଜାଗା ବୁଲି ଦେଖିଥିଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଗଣମାଧୢମକୁ ପ୍ରତିକ୍ରିୟା ଦେଇ କହିଥିଲେ ଶିଳ୍ପଶୂନ୍ୟ ଜିଲ୍ଲାରେ ଖୁବ୍‌ ଶୀଘ୍ର ଶିଳ୍ପ ବସିବା ପାଇଁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆମ ପାଖରେ ବର୍ତ୍ତମାନ ୧୭ଟି ପ୍ରସ୍ତାବ ରହିଛି। ଆଶା ଅଛି, ଚଳିତବର୍ଷ ଶେଷ ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲାକୁ ବହୁ ଶିଳ୍ପ ଆସିବ। ତେବେ ଏହି ସମୟରେ କେନ୍ଦ୍ରାପଡ଼ା ଜିଲ୍ଲାର ୭୭୮ପଡ଼ା ଗାଁରେ ବିଜୁଳି ନ ଥିବା ସ˚ପର୍କରେ ବିଧାନସଭାରେ ନିଜେ ଯେଉଁ ତଥ୍ୟ ରଖିଥିଲେ, ସେ ସ˚ପର୍କରେ ଗଣମାଧୢମ ପ୍ରତିନିଧି ମନ୍ତ୍ରୀଙ୍କ ପ୍ରତିକ୍ରିୟା ମାଗିଥିଲେ। ଏହାର ଉତ୍ତର ଦେବାକୁ ଯାଇ ମନ୍ତ୍ରୀ କହିଥିଲେ ଯେ ଏ ବିଷୟରେ ଅତୀତରେ ବହୁଥର କହି ସାରିଛି। ବିଧାନସଭାରେ ଯେ ସବୁ ତଥ୍ୟ ସଦାବେଳେ ଠିକ୍‌ ଦେଉଛନ୍ତି, ସେଇଟା ଠିକ୍‌ ନୁହେଁ। କେଉଁଠି ଗୋଟେ ଯାନ୍ତ୍ରିକ ତ୍ରୁଟି ଥାଏ। କେଉଁଠି ଗୋଟେ କିରାଣି ଭୁଲ୍‌ ଲେଖି ଦେଇଥାଏ। ସତ କଥାକୁ ହିଁ ଧରାଯିବ ବୋଲି ମନ୍ତ୍ରୀ କହିଥିଲେ।