ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଗୁଲାବ୍’କୁ ସ୍ଥିତିରେ ରଖି ସେପ୍ଟେମ୍ବର ୨୭ ତାରିଖ (ସୋମବାର) ରାଜ୍ୟର ୧୧ଟି ଜିଲ୍ଲାରେ ଥିବା ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।
ଆସନ୍ତାକାଲି ଯେଉଁ ଜିଲ୍ଲା ଗୁଡ଼ିକରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ ସେଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଳକାନଗିରି, ନବରଂଗପୁର ଓ କଳାହାଣ୍ଡି।
In view of cyclone Gulab, all universities and colleges under Higher Education Dept will remain closed tomorrow for students in the following 11 districts.
11 districts- Puri Khurda Nayagarh Ganjam Gajapati Kandhamal Raygada Koraput Malkanagiri Nabarangpur Kalahandi
— ଉଚ୍ଚଶିକ୍ଷା ବିଭାଗ, ଓଡିଶା ସରକାର 🇮🇳 (@DHE_Odisha) September 26, 2021
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ତାଜା ରିପୋର୍ଟ ଅନୁସାରେ ‘ଗୁଲାବ୍’ ଗୋପାଳପୁରଠାରୁ ୧୦୦ କିଲୋମିଟର ଦୂରରେ ରହିଛି। ପୂର୍ବରୁ ଘଣ୍ଟାପ୍ରତି ୨୪ କିଲୋମିଟର ବେଗରେ ଗତି କରୁଛି। ପ୍ରଶାସିନିକ ଅଧିକାରୀମାନେ ବାତ୍ୟା ଆଶ୍ରୟସ୍ଥଳୀ ବୁଲି ଦେଖିଛନ୍ତିି। କନିଷି ତହସିଲଦାର ତାପସ ରାଉତ, ସ୍ଥାନୀୟ ଲୋକଙ୍କୁ ବେଳାଭୂମି ନଯିବା ପାଇଁ ପରାମର୍ଶ ଦେଇଛନ୍ତି। ଅନ୍ୟପଟରେ ପ୍ରଶାସନ ବେଳାଭୂମିକୁ ୨୬ ଓ ୨୭ ତାରିଖ ସାଧାରଣ ଲୋକଙ୍କ ପାଇଁ ବାରଣ କରିଛି। ସେହିପରି ସମୁଦ୍ରରେ ଉଚ୍ଚ ଜୁଆର ସୃଷ୍ଟି ହେଉଥିବାରୁ ମତ୍ସଜୀବୀମାନଙ୍କୁ ମଧ୍ୟ ବାରଣ କରାଯାଇଛି।