କଟକ : କରୋନା ସଂକ୍ରମଣ ରୋକିବାକୁ ଦ୍ବୈତ ନଗରୀର ସବୁ ୱାର୍ଡ ବିଶୋଧନ ଓ ଉପଯୁକ୍ତ ଡାକ୍ତରୀସେବା ପ୍ରଦାନ ପ୍ରସଂଗରେ ସରକାରଙ୍କ ନିକଟରୁ ହାଇକୋର୍ଟ ଜବାବ ତଲବ କରିଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଓ ଡକ୍ଟର ଜଷ୍ଟିସ୍ ବି.ଆର.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଇନଜୀବୀ ବିଜୟ କୁମାର ରଗଡ଼ଙ୍କ ଆବେଦନର ଶୁଣାଣି କରି ସେପ୍ଟେମ୍ବର ୩୦ ସୁଦ୍ଧା ୱାର୍ଡ ବିଶୋଧନ ପ୍ରସଂଗରେ ଜବାବ ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଭିତ୍ତିଭୂମି ସହିତ ମେଡିକାଲ ଓ ପାରାମେଡିକାଲ କର୍ମଚାରୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କେଉଁ ସ୍ଥାନରେ କେତେ ସଂଖ୍ୟକ କୋଭିଡ କେନ୍ଦ୍ର ପ୍ରତିଷ୍ଠା କରାଯିବ, ସେ ସଂପର୍କିତ ନିଷ୍ପତ୍ତି ସରକାରଙ୍କ ଉପରେ ଛାଡ଼ି ଦିଆଯାଉ ବୋଲି ଖଣ୍ଡପୀଠ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଆବେଦନକାରୀ ସିଏମସି ଓ ବିଏମସିର ପ୍ରତି ଦୁଇଟି ୱାର୍ଡରେ ଗୋଟିଏ କୋଭିଡ କେନ୍ଦ୍ର ଖୋଲିବାକୁ ଦାବି କରିଥିଲେ। ସିଏମସି ଓ ବିଏମସିରେ ନିର୍ବାଚିତ ପ୍ରତିନିଧି ନଥିବାବେଳେ ଲୋକମାନେ ସେମାନଙ୍କ ସମସ୍ୟା କାହାକୁ ଜଣାଇବେ ତାକୁ ନେଇ ପ୍ରଶ୍ନ ଉଠିଛି। ସବୁ ୱାର୍ଡ ପାଇଁ ଆଡଭୋକେଟ କମିସନର ନିଯୁକ୍ତ କରାଯାଉ। ଏଥିସହିତ ଆଡଭୋକେଟ କମିସନରଙ୍କୁ ସିଧାସଳଖ କୋର୍ଟରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। କରୋନା ମୁକାବିଲା ପାଇଁ ଆଡଭୋକେଟ କମିସନରଙ୍କ ରିପୋର୍ଟ ସହାୟକ ହେବ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
କଟକ-ଭୁବନେଶ୍ବରର ସବୁ ୱାର୍ଡ ବିଶୋଧନ ପ୍ରସଂଗ : ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2019/07/Odisha-High-Court-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)