ପୁରୀ ଶ୍ରୀମନ୍ଦିରରେ ସବୁ କିଛି ଠିକ୍‌ ଭାବେ ଚାଲିଛି: ଆମିକସ୍‌ କ୍ୟୁରି

ପୁରୀ: ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିର ପରିଚାଳନା ଠିକ୍‌ ଭାବରେ ହେଉଛି ବୋଲି ଆମିକସ୍‌ କ୍ୟୁରି ଶନିବାର କହିଛନ୍ତି। ପୁରୀ ଗସ୍ତରେ ଶ୍ରୀମନ୍ଦିରର ସମସ୍ତ କାର୍ଯ୍ୟକ୍ରମ ଉପରେ ସମୀକ୍ଷା ପରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌ କ୍ୟୁରି ରଂଜିତ କୁମାର ନିଜର ପ୍ରତିକ୍ରିୟାରେ ରଖିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରେ ଏବେ ସବୁ କିଛି ଠିକ୍‌ ଭାବେ ଚାଲିଛି। ଏଠାରେ ଯେଉଁ କ୍ଷେତ୍ରରେ ଭଲ କରାଯାଇ ପାରିବ, ସେଥିପ୍ରତି ଦୃଷ୍ଟି ଦିଆଯିବ।

ଭଲ କାମ ହୋଇଛି ଏବଂ ଆଗାମୀ ଦିନରେ ସଂଶୋଧନ ହେବାର ଆଶା ଦେଖାଯାଉଛି। ସେ କହିଛନ୍ତି, ମହାରାଜା ଗଜପତି, ମୁଖ୍ୟ ପ୍ରଶାସକ, ସବୁ ନିଯୋଗ ସହିତ ଆଲୋଚନା ହୋଇଛି। ଆହୁରି ଅଧିକ ସୁଧାର ହେବା ନାହିଁ ସୁପ୍ରିମକୋର୍ଟଙ୍କୁ ରିପୋର୍ଟ ଦେବି ବୋଲି ଆମିକସ୍‌ କ୍ୟୁରି କହିଛନ୍ତି। ସେ କହିଛନ୍ତି, ଶ୍ରୀମନ୍ଦିରରେ ଅନେକ ପରିବର୍ତ୍ତନ ଘଟିଛି। ଆଗକୁ ଶ୍ରୀମନ୍ଦିର ପାଇଁ ଯାହା ଦରକାର, ତାହା କରାଯିବ।

ଶ୍ରୀମନ୍ଦିର ଆଇନ୍‌ ସଂଶୋଧନ ପାଇଁ ସବ୍‌ କମିଟି ଗଠନ ହେବ। ଶ୍ରୀମନ୍ଦିର ଆଇନ୍‌ ସଂଶୋଧନ ସଂପର୍କରେ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏହା କେମିତି ସଂଶୋଧନ କରାଯିବ, ସେ ନିଷ୍ପତ୍ତି ସବ୍‌ କମିଟି ନିଷ୍ପତ୍ତି ନେବ। ବୈଠକରେ ବଂଶାନୁକ୍ରମିକ ସେବା ଉଚ୍ଛେଦ ଉପରେ ବୈଠକରେ ଆଲୋଚନା ହୋଇଛି। ଏହି ପରଂପରା ଭବିଷ୍ୟତରେ ଉଚ୍ଛେଦ ନକରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ବଂଶାନୁକ୍ରମିକ ପରଂପରା ସେବା ଉଚ୍ଛେଦ ନ କରାଯିବା ପାଇଁ କମିଟି ସଦସ୍ୟ ଦାବି କରିଛନ୍ତି ବୋଲି ଶ୍ରୀମନ୍ଦିର ପ୍ରଶାସନର ସୁପ୍ରିମକୋର୍ଟ ଆଇନଜୀବୀ ସଂଜୟ ଦାସ ଏହି ସୂଚନା ଦେଇଛନ୍ତି।

ଶ୍ରୀମନ୍ଦିର ସଂସ୍କାର ନେଇ ଶ୍ରୀନଅରରେ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଆମିକସ୍‌ କ୍ୟୁରିଙ୍କ ସହ ବୈଠକ ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ କହିଛନ୍ତି, ତିନିଟି କ୍ଷେତ୍ରରେ ମୁଳତଃ ସଂସ୍କାର ଆବଶ୍ୟକତା ରହିଛି। ପ୍ରଶାସନିକ, ସେବକ ସଂପର୍କିତ ଏବଂ ଧାର୍ମିକ ସଂସ୍କାର ଜରୁରୀ ଅଛି। ଏହି ୩ କ୍ଷେତ୍ରରେ ଦୃଷ୍ଟି ଦେବାକୁ ଆମିକସ୍‌ କ୍ୟୁରିଙ୍କୁ କହିଛି ବୋଲି ଗଜପତି କହିଛନ୍ତି।

ସମ୍ବନ୍ଧିତ ଖବର