ଆକାଶ ପଥରେ ପୂର୍ବ ସହ ଯୋଡି ହେଲା ପଶ୍ଚିମ ଓଡିଶା, ଭୁବନେଶ୍ୱର-ଝାରସୁଗୁଡା ବିମାନ ଚଳାଚଳ ଆରମ୍ଭ

ଝାରସୁଗୁଡା: କିଛି ଦିନର ପ୍ରତୀକ୍ଷା ପରେ ଶେଷରେ ଭୁବନେଶ୍ୱରରୁ ଝାରସୁଗୁଡା ବିମାନବନ୍ଦରକୁ ବିମାନ ଚଳାଚଳ ଆରମ୍ଭ ହୋଇଛି | ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଭୁବନେଶ୍ୱରରୁ ୭୨ ଜଣ ଯାତ୍ରୀଙ୍କୁ ନେଇ ଆଜି ଝାରସୁଗୁଡ଼ାରେ ପହଞ୍ଚିଥିଲା | ଉଡାଣ ଯୋଜନାରେ ଆଲିଆନ୍ସ ଏୟାର ପକ୍ଷରୁ ଏହି ସେବା ଆରମ୍ଭ କରାଯାଇଛି |

ଆଜିର ଉଦଘାଟନୀ କାର୍ଯ୍ୟକ୍ରମରେ ବରଗଡ଼ ସାଂସଦ ସୁରେଶ ପୂଜାରୀ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଙ୍କ ସହ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଯୋଗ ଦେଇଥିଲେ| ଉପସ୍ଥିତ ଅତିଥିମାନେ ଝାରସୁଗୁଡା ବିମାନବନ୍ଦରରେ ଭୁବନେଶ୍ୱରରୁ ଆସିଥିବା ଅତିଥିଙ୍କୁ ସ୍ୱାଗତ କରିଥିଲେ | ସେହିପରି ୫୪ ଜଣ ଯାତ୍ରୀ ଝାରସୁଗୁଡାରୁ ଭୁବନେଶ୍ୱର ଯାଇଥିଲେ |

ଆଲିଆନ୍ସ ବିମାନର ଏଟିଆର-୭୨, ୭୨ ଜଣ ଯାତ୍ରୀଙ୍କୁ ନେଇ ଆଜି ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡାଣ କରିଥିଲା | ଏଠାରେ ସୂଚନା ଥାଉ କି ଆଲିଆନ୍ସ ଏୟାର ପକ୍ଷରୁ ଝାରସୁଗୁଡା-ଭୁବନେଶ୍ୱର-ରାୟପୁର ମଧ୍ୟରେ ବିମାନ ଚଳାଚଳ କରିବ |

ସମ୍ବନ୍ଧିତ ଖବର