ସୁନ୍ଦରଗଡ଼: ଟାଙ୍ଗରପାଲି ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଉମେଶ ନାଏକଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ। ବ୍ଲକ୍ ପରିସରରେ ଥିବା ସରକାରୀ ନିବାସରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ସନ୍ଧ୍ୟା ୭ଟାରେ ଏଇଇ ଶ୍ରୀ ନାଏକ ମହିଳାଙ୍କୁ ରୋଷେଇ କରିଦେବାକୁ ଡାକି ଏହି କାଣ୍ଡ ଭିଆଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଏନେଇ ଗତକାଲି ରାତିରେ ଲେଫ୍ରପଡ଼ା ଥାନାକୁ ଯାଇ ଏତଲା ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ମହିଳାଙ୍କ ଲିଖିତ ଅଭିଯୋଗ ଅନୁସାରେ ତାଙ୍କୁ ଯନ୍ତ୍ରୀ ଡାକିବା ପରେ ସେ ନିବାସକୁ ଯାଇଥିଲେ। ରୋଷଘରେ ପଶିବା ପରେ ଯନ୍ତ୍ରୀ ହଠାତ ତାଙ୍କୁ ଟଣାଓଟରା କରି ଦୁଷ୍କର୍ମ ଉଦ୍ୟମ କରିଥିଲେ।

Advertisment

ମହିଳା ଚିତ୍କାର କରିବା ସହ ତାଙ୍କୁ ଧକ୍କା ମାରି କାନ୍ଦି କାନ୍ଦି ବାହାରକୁ ଚାଲି ଆସିଥିଲେ। ମହିଳାଙ୍କ ଚିତ୍କାର ଶୁଣି ସେଠାରେ ଲୋକ ରୁଣ୍ଡ ହୋଇ ଯାଇଥିଲେ। ଘଟଣା ସମ୍ପର୍କରେ ଶୁଣିବା ପରେ ଏଇଇଙ୍କୁ ଡାକିଥିଲେ। କିନ୍ତୁ ଏଇଇ ଭୟରେ ଘର ଭିତର ପଟୁ ତାଲା ମାରି ରହି ଯାଇଥିଲେ। ଏ ସମ୍ପର୍କରେ ମତାମତ ନେବାକୁ ଏଇଇଙ୍କୁ ମୋବାଇଲ ଫୋନରେ ବାରମ୍ବାର ଯୋଗାଯୋଗ କରାଯାଇଥିଲା। କିନ୍ତୁ ସେ କଲ୍ ଉଠାଇ ନଥିଲେ।