ଭୁବନେଶ୍ବର : ବିଧାୟକ ବିଷ୍ଣୁ ସେଠୀଙ୍କ ସମାଜ, ଦଳିତ ଓ ସଂରକ୍ଷଣ ବିରୋଧ ମନ୍ତବ୍ୟକୁ ତୀବ୍ର ବିରୋଧ କରିଛି ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସମିତି। ସମିତି ପକ୍ଷରୁ ଏନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି ଯେ ବିଧାୟକ ଶ୍ରୀ ସେଠୀ ଦେଶ, ଧର୍ମ-ଜାତି, ମହିଳା-ଶିଶୁ, ଦଳିତ-ଆଦିବାସୀ, ସମ୍ବିଧାନ ଓ ସଂରକ୍ଷଣ ବିରୋଧରେ ମନ୍ତବ୍ୟ ରାଜ୍ୟବାସୀଙ୍କୁ କ୍ଷୁବ୍ଧ କରିଛି। ତେଣୁ ବିଧାୟକ ଶ୍ରୀ ସେଠୀ ଭବିଷ୍ୟତରେ ସର୍ବସାଧାରଣରେ ଏପରି ବିବୃତି ଦେବାରୁ କ୍ଷାନ୍ତ ନରହିଲେ ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯିବ। ଏହି ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଧର ଦେହୁରୀ, ସୁନାକର ବେହେରା, ରବି ସେଠୀ, ଲକ୍ଷ୍ମୀଧର ବେହେରା, ଲଡୁକିଶୋର ଦାସ, କଳ୍ପତରୁ ମଲ୍ଲିକ ଓ ଲକ୍ଷ୍ମଣ ମଲ୍ଲିକ ପ୍ରମୁଖଙ୍କ ସମେତ ନାଗରିକ ଏକତା ପରିଷଦ, ଭାରତୀୟ ବୌଦ୍ଧ ମହାସଭା, ସର୍ବଭାରତୀୟ ଅନୁସୂଚିତ ଜାତି ଜନଜାତି ସଂଘମାନଙ୍କର ପରିଷଦ, ଦଳିତ ଆଦିବାସୀ ସୁରକ୍ଷା ମଂଚ, ସାମାଜିକ ନ୍ୟାୟ ପରିଷଦ, ନୀଳମାଧବ ଶବର ସଂଘ, ଉତ୍କଳ ରଜକ ମହାସଂଘ, ରାଷ୍ଟ୍ରୀୟ ଦଳିତ ମହାସଭା, ଦଳିତ ଜାତି ସଂଘ, ଭୀମ ଆର୍ମି ଓ ଅନ୍ୟାନ୍ୟ ସାମାଜିକ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଓ ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଉପସ୍ଥିତ ଥିଲେ।
ବିଧାୟକ ବିଷ୍ଣୁ ସେଠୀଙ୍କ ବିରୋଧରେ ଗର୍ଜିଲା ଅସ୍ପୃଶ୍ୟ ଦଳିତ ସଂରକ୍ଷଣ ସୁରକ୍ଷା ସମିତି
/sambad/media/post_attachments/wp-content/uploads/2021/11/Bishnu_Charan_Sethi_Twitter.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)