ଜୟପୁର: ବିସିଂପୁର ଥାନା ଅଂଚଳର ଜୈନେକା ଯୁବତୀଙ୍କୁ ବିବାହର ମିତ୍ୟାପ୍ରତିଶ୍ରୃତି ଦେଇ ଶାରିରୀକ ସଂପର୍କ ରଖିବା ଅଭିଯୋଗରେ ଜୟପୁର ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି।
ସୂଚନା ଅନୁଯାୟୀ, ବିସିଂପୁର ଥାନା ଅଂଚଳର ଜୈନେକ ଯୁବତୀଙ୍କୁ ବୋରିଗୁମ୍ମା ବ୍ଲକ କୋଟପାଡ ଥାନା ଅର୍ନ୍ତଗତ ଧଉଡାପଲା ଗାଁର ଗୋପାଳ ପେଣ୍ଟିଆ ପ୍ରେମସଂପର୍କ ସ୍ଥାପନ କରି ବିବାହର ମିତ୍ୟାପ୍ରତିଶ୍ରୃତି ଦେଇ ଶାରିରୀକ ସଂପର୍କ ରଖି ଆସୁଥିଲେ। ଏପରିକି ଏହା ଗତ ୬ମାସ ହେବ ଚାଳୁଥିଲା।
ତେବେ ସେ ବିବାହ କରିବାକୁ ମନା କରିବା ସହ ଗାଁରେ ହୋଇଥିବା ଗ୍ରାମସଭାରେ ବି ଅଭିଯୁକ୍ତ ମନା କରିଦେଇଥିଲେ। ଏହା ପରେ ଯୁବତୀ ଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ମହିଳା ଥାନାରେ ଯୁବତୀ ଜଣକ ଅଭିଯୋଗ କରିବା ପରେ ଥାନାରେ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ କରି ଅଭିଯୁକ୍ତ ଗୋପାଳକୁ ଗିରଫ କରି ଆଜି କୋର୍ଟକୁ ଚାଳାଣ କରାଯାଇଥିଲା। କୋର୍ଟ ଅଭିଯୁକ୍ତ ଗୋପାଳକୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିବା କହିଛନ୍ତି ମହିଳା ଥାନା ଅଧିକାରୀ।