ସମ୍ବଲପୁର : ସମ୍ବଲପୁରର ପୂର୍ବତନ ଜିଲ୍ଲାପାଳଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିବା ମହିଳା ଅଧିକାରୀ ଜଣକ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଆଜି ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଏବଂ ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗକୁ ଟ୍ବିଟ୍ କରିଛନ୍ତି। ରାଜ୍ୟ ସରକାର ଏବେ ‘୫ଟି’ ଉପରେ ଗୁରୁତ୍ବ ଦେଉଛନ୍ତି। ହେଲେ ଅନ୍ୟ ‘ଟି’ଗୁଡ଼ିକର ନିରାକରଣ ନିମନ୍ତେ କ’ଣ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି।
ପୂର୍ବତନ ଜିଲ୍ଲାପାଳଙ୍କ ସମୟରେ ସମ୍ବଲପୁରରେ କାର୍ଯ୍ୟରତ ଥିବା ଏହି ମହିଳା ଅଧିକାରୀ ଜଣକ ଏବେ ଉଚ୍ଚଶିକ୍ଷା ପାଇଁ ବିଦେଶରେ ରହିଛନ୍ତି। ଚିକାଗୋ ବିଶ୍ବବିଦ୍ୟାଳୟରେ ଏବେ ଅଧ୍ୟୟନ କରୁଥିବା ଏହି ମହିଳା ଅଧିକାରୀ ଜଣକ ଗତ ୯ ତାରିଖ ଦିନ ସମ୍ବଲପୁରର ତତ୍କାଳୀନ ଜିଲ୍ଲାପାଳ ବିରୋଧରେ ସଙ୍ଗିନ ଅଭିଯୋଗ ଆଣିଥିଲେ। ସିଧାସଳଖ ପ୍ରଧାନମନ୍ତ୍ରୀ ଦପ୍ତର(ପିଏମ୍ଓ), କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଧାନମନ୍ତ୍ରୀ ଦପ୍ତରର ପ୍ରଭାରୀ ତଥା ପସର୍ନଲ ଓ ପବ୍ଲିକ ଗ୍ରିଭାନସ୍ ଦାୟିତ୍ବରେ ଥିବା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ପ୍ରମୁଖଙ୍କୁ ଟ୍ବିଟ୍ କରି କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ବନ୍ଦ କରିବା ଦିଗରେ ପଦକ୍ଷେପ ନେବା ସହିତ ସଂପୃକ୍ତ ଅଫିସର(ତତ୍କାଳୀନ ଜିଲ୍ଲାପାଳ)ଙ୍କୁ କ୍ୟାଡରରୁ ବାହାର କରି ଏକ ଦୃଢ଼ ବାର୍ତ୍ତା ଦେବାକୁ ନିବେଦନ କରିଥିଲେ। ସିଧାସଳଖ ତାଙ୍କ ସହିତ କ’ଣ ଘଟିଛି, ଏଥିରେ ସେ ଉଲ୍ଲେଖ କରିନାହାନ୍ତି। ତେବେ ସେସମୟରେ କ’ଣ ସବୁ ଚାଲିଥିଲା, ସେନେଇ ପରୋକ୍ଷରେ ସୂଚାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/collector-office.jpg)