ଯୁବତୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଧମକ ଅଭିଯୋଗ, ଜେଲ୍ ଗଲା ଅଭିଯୁକ୍ତ

ଲାଞ୍ଜିଗଡ଼ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଥାନା ଅଞ୍ଚଳର ଜଣେ ଆଦିବାସୀ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ, ଦୁଷ୍କର୍ମ କରିବା ପରେ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୁଲିସ ଲାଞ୍ଜିଗଡ଼ ଥାନା ଜଗନ୍ନାଥପୁର ଗାଁର ଅଜୟ ନାଏକ(୨୬) ନାମକ ଜଣେ ଯୁବକକୁ ଗିରଫ କରି ଜେଲ୍‌ ପଠାଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ପୂର୍ଣ୍ଣଚନ୍ଦ୍ର ଉକ୍ତ ଯୁବତୀ(୨୨ବର୍ଷ)ଙ୍କୁ ବିବାହ ପ୍ରଲୋଭନ ଦେଖାଇ ଅପହରଣ କରି ନେଇଥିଲା। ଲାଞ୍ଜିଗଡ଼ ନିକଟସ୍ଥ ଗୋଇପିଟା ଗାଁରେ ଜଣେ ବ୍ୟକ୍ତିଙ୍କ ଘରେ ଯୁବତୀଙ୍କୁ ରଖି ଦୁଷ୍କର୍ମ କରିଥିଲା। ପରେ ହତ୍ୟା ଧମକ ଦେଇଥିଲା‌ ବୋଲି ଥାନାରେ ପୀଡ଼ିତା ଅଭିଯୋଗ କରିଥିଲେ। ଲାଞ୍ଜିଗଡ଼ ପୁଲିସ ଥାନା କେସ୍‌ ନଂ ନଂ.୬/୨୦୨୧ରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଥିଲା ବୋଲି ଥାନାଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର