କଟକ : ରାଜ୍ୟର ସରକାରୀ ମେଡିକାଲ କଲେଜରେ ସହକାରୀ ପ୍ରଫେସର ପଦରେ ନିଯୁକ୍ତି କ୍ଷେତ୍ରରେ ନିୟମ ଉଲ୍ଲଂଘନ ଅଭିଯୋଗ ନେଇ ଦାୟର ମାମଲାରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। ଓଡିଶା ମେଡିକାଲ ଏଜୁଲେସନ ସର୍ଭିସ ରୁଲ, ୨୦୨୧ ପାଳନ ପ୍ରସଂଗରେ ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡାକ୍ତର ଭୁପେନ୍ଦ୍ର ବୁଦାଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାର୍ଚ୍ଚ ୨୮ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଡିସେମ୍ବର ୧୩ରେ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମଇଟି)ଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜରେ ଚୁକ୍ତିଭିତ୍ତିକ ସହକାରୀ ପ୍ରଫେସର ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। ଆବେଦନକାରୀ ମଧ୍ୟ ପ୍ରାର୍ଥୀ ଭାବେ ଅାବେଦନ କରିଥିଲେ। କିନ୍ତୁ ପ୍ରକାଶିତ ମେଧା ତାଲିକାରେ ଆବେଦନକାରୀ ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ଅନ୍ୟ ରାଜ୍ୟର ଜଣେ ପ୍ରାର୍ଥୀଙ୍କ ନାଁ ପ୍ରଥମ ସ୍ଥାନରେ ଥିଲା। ଓଡିଶା ମେଡିକାଲ ଏଜୁକେସନ ସର୍ଭିସ ରୁଲ,୨୦୨୧ ଅନୁସାରେ ନିଯୁକ୍ତି କ୍ଷେତ୍ରରେ ରାଜ୍ୟର ବାସିନ୍ଦା ହୋଇଥିବା ଅାବେଦନକାରୀଙ୍କୁ ଅଗ୍ରାଧିକାର ଦିଅାଯିବା କଥା। କିନ୍ତୁ ଏହି ନିୟମ ପାଳନ ନ କରି ମେଧା ତାଲିକା ପ୍ରକାଶ କରାଯାଇଥିଲା ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଏହି ନିୟମ ପାଳନ କରାଯାଇ ସାନି ମେଧା ତାଲିକା ପ୍ରକାଶ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/high-court.jpg)
