ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁ ଅଭିଯୋଗ

ଚିକିତ୍ସା ଅଭାବରୁ ଶିଶୁ ମୃତ୍ୟୁ ଅଭିଯୋଗ

Telegraph India

ଯାଜପୁରସଦର: ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା‌ ଅଭାବରୁ ଦୁଇବର୍ଷର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଡାକ୍ତର ଠିକ ସମୟରେ ରୋଗୀ ପାଖରେ ନପହଞ୍ଚିବାରୁ ଏପରି ଅଘଟଣ ଘଟିଲା ବୋଲି ପରିବାର ଲୋକ କହିଛନ୍ତି।

କୋରେଇ ବ୍ଲକ ହଳଦିଗଡ଼ିଆ ଗାଁର କାଳନ୍ଦୀ ବିଶ୍ବାଳଙ୍କ ଦୁଇବର୍ଷର ଶିଶୁ ସାହିଲ ବିଶ୍ବାଳ ଅସୁସ୍ଥ ହେବାରୁ ପ୍ରଥମେ କୋରେଇ ଡାକ୍ତରଖାନା ନିଆଯାଇଥିଲା। ପରେ ତାକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ‌ସେହି ସମୟରେ ଡାକ୍ତର ଉପସ୍ଥିତ ନଥିବାରୁ ଶିଶୁଟିକୁ କଟକ ନେଇଯିବାକୁ ପରିବାର ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା। କୌଣସି ଜରୁରି ଚିକିତ୍ସା ବିନା କଟକ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଶିଶୁଟିର ମୃତ୍ୟୁ ହୋଇଥିଲା। ଶିଶୁଟିକୁ ଧରି ପରିବାର ଲୋକ ଅଧଘଣ୍ଟା କାଳ ଡାକ୍ତରଖାନାରେ ‌ଧାଁ ଦୌଡ଼ କରିଥିଲେ ବି ଚିକିତ୍ସା ମିଳିନଥିଲା କି ଡାକ୍ତରଙ୍କ ଦେଖା ପାଇନଥିଲେ। ସ୍ବାସ୍ଥ୍ୟ ବିଭାଗର ଅବହେଳାରୁ ଶିଶୁଟିର ଜୀବନ ଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ସେଠାରେ କିଛି ସମ​ୟ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ପରିବାର ଲୋକ ଗାଁକୁ ପଳାଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe