ସୁନ୍ଦରଗଡ଼ : ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ରଙ୍କ ନାମରେ ଆସିଛି ନିର୍ବାଚନ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ। କଟକଣା ବଳବତ୍ତର ଥିବାବେଳେ ନିର୍ବାଚନ ପ୍ରଚାର କରି ସାଂସଦ ଆଚରଣବିଧି ଉଲ୍ଲଂଘନ କରିଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଏ ନେଇ ବିଜେପି ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିବା ବେଳେ ବିଜେଡି ପକ୍ଷରୁ ଅଭିଯୋଗକୁ ଖଣ୍ଡନ କରାଯାଇଛି।
ସୂଚନା ଅନୁସାରେ, ଗୁରୁବାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଭୋଟ୍ଗ୍ରହଣ। ସେଥିପାଇଁ ମତଦାନ ହେବାକୁ ଥିବା ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ଟାଙ୍ଗରପାଲି ଓ ଗୁରୁଣ୍ଡିଆ ବ୍ଲକ୍ରେ ମଙ୍ଗଳବାର ଅପରାହ୍ନ ୫ଟାରୁ ପ୍ରଚାର ଶେଷହୋଇଛି। କିନ୍ତୁ ଏଭଳି ସ୍ଥିତିରେ ଆଜି ବିଜେଡି ନେତା ତଥା ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ନିଜ ଦଳୀୟ ସମର୍ଥକଙ୍କ ସହିତ ସୁନ୍ଦରଗଡ଼ ଟାଙ୍ଗରପାଲି ବ୍ଲକ୍ ‘କ’ ଜିଲ୍ଲା ପରିଷଦ ଜୋନ୍ର ବିଭିନ୍ନ ଗାଁକୁ ଯାଇ ପ୍ରଚାର କରୁଥିବା ଅଭିଯୋଗ ହୋଇଛି।
ବିଜେପି ବିଧାୟିକା କୁସୁମ ଟେଟେ ଏହାର ତୀବ୍ର ପ୍ରତିବାଦ କରିବା ସହ ରାଜ୍ୟ ନିର୍ବାଚନ କମିସନଙ୍କୁ ଲିଖିତ ଅଭିଯୋଗ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ଏ ସମ୍ପର୍କରେ ଡ. ପାତ୍ରଙ୍କ ସହ ଯୋଗାଯୋଗ ସମ୍ଭବ ହୋଇ ନଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲା ବିଜେଡି ସଭାପତି ବିନୟ ଟପ୍ପୋ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ‘ଏପରି କିଛି ଘଟିନାହିଁ, ବିଜେପିର ଏହା ମିଥ୍ୟା ଅଭିଯୋଗ’ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/rrr.jpg)