ଭୋଟର ତାଲିକାରେ ତ୍ରୁଟି ଅଭିଯୋଗ: ତାଲିକାରେ ନାହିଁ ସ୍ଥାୟୀ ଭୋଟରଙ୍କ ନାମ, ଅସନ୍ତୁଷ୍ଟଙ୍କ ଭୋଟ୍‌ ବର୍ଜନ ଧମକ

ସିନାପାଲି : ସିନାପାଲି ସଦର ପଞ୍ଚାୟତ ୩ ନଂ ୱାର୍ଡରେ ଭୋଟର ତାଲିକାରେ ତ୍ରୁଟି ହୋଇଥିବା ଅଭିଯୋଗ କରି ଆଗାମୀ ନିର୍ବାଚନରେ ସେହି ୱାର୍ଡର ଭୋଟରମାନେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି। ସଂପୃକ୍ତ ୱାର୍ଡର କିଛି ଯୁବକ ସ୍ଥାନୀୟ ବିଡିଓଙ୍କୁ ଭେଟି ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି।

ସଦର ବ୍ଲକ୍‌ ୱାର୍ଡ ନଂ ୩ରେ ସ୍ଥାୟୀ ଭାବେ ବସବାସ କରୁଥିବା ଅନେକ ଭୋଟରଙ୍କ ନାମ ସଂପୃକ୍ତ ୱାର୍ଡର ଭୋଟର ତାଲିକାରେ ନାହିଁ। ସେମାନଙ୍କ ନାମ ଅନ୍ୟ ୱାର୍ଡକୁ ଚାଲିଯାଇଛି। ତେଣୁ ଆସନ୍ତା ନିର୍ବାଚନରେ ନିଜ ୱାର୍ଡରେ ନିର୍ବାଚନ ଲଢିବା କିମ୍ବା ଭୋଟ୍‌ ଦାନ ଭଳି ଗୁରୁତ୍ବପୂର୍ଣ କାର୍ଯ୍ୟରୁ ବଞ୍ଚିତ ହେବେ। ଏଥିପାଇଁ ସଂପୃକ୍ତ ନର୍ବାହୀ ଅଧିକାରୀଙ୍କୁ ଦୋଷ ଦେବା ସହିତ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଆଜି ସଂପୃକ୍ତ ୱାର୍ଡର ଭୋଟର ଗୟାରାମ ମେହେର, ଡମ୍ବରୁଧର ମେହେର, ଦେବେନ୍ଦ୍ର ମେହେର, ନରସିଂହ ମେହେର, ରାଜେଶ ମେହେର ପ୍ରମୁଖଙ୍କ ନେତୃତ୍ବରେ ଅସନ୍ତୋଷ ଭୋଟରଙ୍କ ସ୍ବାକ୍ଷରିତ ଏକ ଦରଖାସ୍ତ ସ୍ଥାନୀୟ ବ୍ଲକ୍‌ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର