ଜୟପୁର:ଗତ ଶନିବାର ଦିନ ତହସିଲ ଓ ପୌରପାଳିକା ପକ୍ଷରୁ ମିଳିତ ଭାବେ ଡିଏଫଓଙ୍କ ବାସଭବନ ତଳକୁ ଓ ଏମଆଇ ଅଫିସ ପଛ ପାର୍ଶ୍ବରେ ରାଜସ୍ବ ଜମି ଜବରଦଖଲ କରିଥିବା ୫ଟି ଘରର ଉଚ୍ଛେଦ କରାଯାଇଥିଲା। ରାଜନୈତିକ ଚାପ ଫଳରେ ପାତର ଅନ୍ତର କରାଯାଇଛି ବୋଲି ୟୁଥ ଅର୍ଗନାଇଜେସନ୍ କୋରାପୁଟ ଜିଲ୍ଲା ପକ୍ଷରୁ ଅଭିଯୋଗ କରାଯାଇଛି। ବହୁ ବସ୍ତିରେ ରାଜନୈତିକ ନେତାଙ୍କ ଛତ୍ରଛାୟାରେ ରହି ବହୁ ବାହୁବଳି ନେତା ରାଜସ୍ବ ଜମି ମାଡ଼ି ବସିଛନ୍ତି। ସେମାନଙ୍କୁ ଉଛେଦ ନ କରି ଗରିବ, ନିରୀହ ଲୋକଙ୍କ ଜମି ଉଚ୍ଛେଦ କରିବା କେତେ ଦୁର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରାଯାଇଛି।
ସହରର ସାମଗ୍ରୀକ ବିକାଶ ପାଇଁ ସହଯୋଗ କରିବାକୁ ଆମେ ବି ପ୍ରତିଶ୍ରୃତିବଦ୍ଧ। ମା’ମାଟିର ସେବା କରିବାକୁ ଆମେ ବି ଆଗଭର। ତେବେ ଏଭଳି ପାତର ଅନ୍ତର କରି ଗରିବ ଗୁରୁବାଙ୍କ ଉପରେ ଦାଉ ସାଧିବା ବନ୍ଦ କରାଯାଉ ବୋଲି କହିଛନ୍ତି ଆବାହକ ରବିନ୍ଦ୍ର ମହାପାତ୍ର । ଆଗାମୀ ଦିନରେ ଏହାକୁ ନେଇ ଜନଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/8-6.jpg)