ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ବୁଧବାର ପ୍ରଥମ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହୋଇଥିଲା। ଭରୁଆମୁଣ୍ଡା ପଞ୍ଚାୟତ ଭରୁଆମୁଣ୍ଡା ଗ୍ରାମର ୨ ନଂ ବୁଥରେ ଜାଲିଆତି କରି ଭୋଟ୍ ଦିଆଯାଉଥିବା ଅଭିଯୋଗ ହେବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ବୁଥରେ ପହଞ୍ଚି ବୁଝାସୁଝା କରିବା ପରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା।
ବୁଧବାର ଦିନ ଭରୁଆମୁଣ୍ଡା ଗ୍ରାମର ୨ନଂ ବୁଥରେ ଜଣେ ମହିଳା ଭୋଟର୍ଙ୍କ ନାମରେ ଅନ୍ୟ ଜଣେ ମହିଳା ବୁଥ ଭିତରକୁ ଯାଇ ମତଦାନ କରିଥିଲେ। ଏ ସଂପର୍କରେ ଭରୁଆମୁଣ୍ଡାର ସରପଞ୍ଚ କାନ୍ତିଲାଲ ସାହୁ ବୁଥ୍ ଦାୟିତ୍ବରେ ଥିବା ଅଧିକାରୀଙ୍କୁ ତୁରନ୍ତ ଅଭିଯୋଗ କରିଥିଲେ। ଉକ୍ତ ମହିଳା ଭୋଟର ବର୍ତ୍ତମାନ ଗାଁରେ ଉପସ୍ଥିତ ନାହାନ୍ତି। ହେଲେ ତାଙ୍କ ନାଁରେ ଜାଲିଆତି କରି ଜଣେ ମହିଳା ଭୋଟ୍ ଦେଉଥିବା ଅଭିଯୋଗ କରିଥିଲେ। ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ଲକ୍ଷ୍ମଣ ମାଝୀ ଓ ପୁଲିସ କର୍ମଚାରୀ ତୁରନ୍ତ ଭରୁଆମୁଣ୍ଡା ବୁଥକୁ ପହଞ୍ଚି ଅଭିଯୋଗ କରିଥିବା ଲୋକଙ୍କ ସହ ଆଲୋଚନା କରିଥିଲେ। ଜାଲିଆତ କରି ଭୋଟ ଦିଆଯାଇଥିବା ପ୍ରମାଣିତ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ବୁଥରେ ଉତ୍ତେଜନା କମିବା ପରେ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିଲା। ଏହାକୁ ନେଇ ସରପଞ୍ଚ କାନ୍ତିଲାଲ ସାହୁ ଧରମବନ୍ଧା ଥାନାରେ ଏକ ଅଭିଯୋଗ କରିଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/ddde241c-da2b-4f61-8861-be5fb1bd45b3.jpg)