କଟକ : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ମନୋବିଜ୍ଞାନ ବିଭାଗରେ ସହକାରୀ ପ୍ରଫେସର ନିଯୁକ୍ତି ପାଇଁ ସାନି ଚୟନ କମିଟି କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଦାୟର ମାମଲାରେ ହାଇକୋର୍ଟ ସାନି ଚୟନ କମିଟି ଓପିଏସସି (ଓଡ଼ିଶା ଲୋକସେବା ଆୟୋଗ) ମାଧ୍ୟମରେ ନିଯୁକ୍ତି ପାଇଁ କହିଛନ୍ତି। ପ୍ରାର୍ଥୀଙ୍କ ମନରେ ରହିଥିବା ଆଶଙ୍କା ଦୂର ପାଇଁ ସାନି ଚୟନ କମିଟି ନିଯୁକ୍ତି ସପକ୍ଷରେ ହାଇକୋର୍ଟ ରାୟ ଦେଇଛନ୍ତି। ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଡକ୍ଟର ପ୍ରିୟରଂଜନ ବରାଳ ଓ ଅନ୍ୟମାନଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଫେବୃଆରି ୮ରେ ମନୋବିଜ୍ଞାନ ବିଭାଗ ସହକାରୀ ପ୍ରଫେସର ପଦ ପୂରଣ ପାଇଁ ଓପିଏସସି ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ବିଜ୍ଞପ୍ତି ଅନୁସାରେ ଉପରୋକ୍ତ ପଦ ପାଇଁ ଆବେଦନ କରିବା ସହ ସାକ୍ଷାତକାର ପାଇଁ ପ୍ରକାଶିତ ତାଲିକାରେ ଆବେଦନକାରୀ ସ୍ଥାନ ପାଇଥିଲେ। କିନ୍ତୁ ଓପିଏସସି ପକ୍ଷରୁ ସାକ୍ଷାତକାର ପାଇଁ ଗଠିତ କମିଟି/ବୋର୍ଡରେ ଥିବା କେତେକ ବିଶେଷଜ୍ଞ ସଦସ୍ୟ କେତେକ ପ୍ରାର୍ଥୀଙ୍କ ପିଏଚ୍ଡି ଗାଇଡ ଥିବା ଜଣାପଡିଥିଲା। ଏଥିସହିତ କମିଟି ସଦସ୍ୟ ମଧ୍ୟ କେତେକ ପ୍ରାର୍ଥୀଙ୍କ ସହିତ ମିଶି ବିଭିନ୍ନ ନିବନ୍ଧ ଲେଖିଥିବା ଅଭିଯୋଗ ହୋଇଥିଲା। ଏଭଳି ସ୍ଥିତିରେ ସଂପୃକ୍ତ କମିଟି ସଦସ୍ୟ ନିର୍ଦ୍ଦିଷ୍ଟ ପ୍ରାର୍ଥୀଙ୍କୁ ସାକ୍ଷାତକାର ବେଳେ ଅନୁକମ୍ପା ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଥିଲା। ଚୟନ ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/12/high-court.jpg)