କଟକ : ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସ୍ଏସ୍ଏସ୍ସି) ପକ୍ଷରୁ ଭିଲେଜ୍ ଏଗ୍ରିକଲଚର୍ ୱାର୍କର୍ (ଭିଏଡବ୍ଲ୍ୟୁ) ଓ ହର୍ଟିକଲଚର୍ ଏକ୍ସଟେନସନ୍ ୱାର୍କର (ଏଚ୍ଇଡବ୍ଲ୍ୟୁ) ପଦବିରେ ନିଯୁକ୍ତି ପାଇଁ ଅନୁଷ୍ଠିତ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ଏ ନେଇ ହାଇକୋର୍ଟରେ ଦାୟର ଏକାଧିକ ମାମଲାରେ ବାରମ୍ବାର ନିର୍ଦ୍ଦେଶ ସତ୍ତ୍ବେ ସରକାର ଓ ଓଏସ୍ଏସ୍ଏସ୍ସି ପକ୍ଷରୁ ଜବାବ ଦାଖଲ କରାଯାଉ ନାହିଁ। ଏହି ଦୁଇ ପଦବିରେ ନିଯୁକ୍ତି ପାଇଁ ୨୦୧୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଚୂଡ଼ାନ୍ତ ଚୟନ ସମୟରେ ମୂଳ ବିଜ୍ଞପ୍ତିର ଉଲ୍ଲଂଘନ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ୨୦୧୬, ନଭେମ୍ବର ୧୬ର ବିଜ୍ଞପ୍ତି ଅନୁସାରେ ସବୁ ପଦରେ ନିଯୁକ୍ତି ଦିଆଯାଉ ବୋଲି ଦର୍ଶାଇ ଏସ୍.କେ. ସିଂ ଓ ଅନ୍ୟ ୧୦ ଜଣ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ଭିଏଡବ୍ଲ୍ୟୁ,ଏଚ୍ଇଡବ୍ଲ୍ୟୁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ: ବାରମ୍ବାର ନିର୍ଦ୍ଦେଶ ପରେ ମଧ୍ୟ ଦାଖଲ ହେଉନି ଜବାବ
/sambad/media/post_attachments/wp-content/uploads/2022/01/osssc.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)