ଗୋଆରେ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ

ଅଭିଯୁକ୍ତ ସହ ଜଣେ ପୀଡ଼ିତା ଗିରଫ, ଶିଶୁ କଙ୍କାଳ ଜବତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ଥାନା ଅଞ୍ଚଳର ୨ ଜଣ ଯୁବତୀ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ଲକ୍‌ଡାଉନ ଯୋଗୁଁ ସେମାନେ ଘରକୁ ଫେରି ପାରିନଥିଲେ। ଏହାର ସୁଯୋଗ ନେଇ ଜୟପାଟଣା ଥାନା ବେହେରେନସିଲ ଗ୍ରାମର ତ୍ରିପାଲ ନାଏକ ଦୁହିଁଙ୍କୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିଲା। ସେମାନେ ଗର୍ଭବତୀ ହୋଇଥିଲେ, ପରେ ଶିଶୁ ଜନ୍ମ ଦେଇଥିଲେ। ଶିଶୁଙ୍କୁ ହତ୍ୟା କରିବା ଅଭିଯୋଗରେ ଗୋଲାମୁଣ୍ଡା ପୁଲିସ ତ୍ରିପାଲ ନାଏକକୁ ଗିରଫ କରିଛି।

ପୁଲିସ ତ୍ରିପାଲକୁ ଗୋଆ ନେଇ ତଦନ୍ତ କରିଥିଲା। ପୀଡ଼ିତାମାନେ ନିଜ ଜିଲ୍ଲାକୁ ଫେରିବା ପରେ ତ୍ରିପାଲ ନାଏକ ବିବାହିତ ବୋଲି ଜାଣିଥିଲେ। ସେମାନଙ୍କୁ ବିବାହ କରିବା ତ୍ରିପାଲ ମନା କରିବାରୁ ପୀଡ଼ିତାମାନେ ଗୋଲାମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଗୋଆର ସାପେର ଅଞ୍ଚଳରୁ ଶିଶୁର କଙ୍କାଳ ଉଦ୍ଧାର କରିଥିଲା। ଏହି ଘଟଣାରେ ଘଟଣାରେ ପୁଲିସ୍‌ ଜଣେ ପୀଡ଼ିତାଙ୍କୁ ବି ଗିରଫ କରିଛି।

ସମ୍ବନ୍ଧିତ ଖବର