ଜାଲ୍ ପାସ୍‌ବହି ଖୋଲି ଟଙ୍କା ହଡ଼ପ ଅଭିଯୋଗ

ଶୁଳିଆପଦା: ଗ୍ରାମାଞ୍ଚଳର ଲୋକ ବ୍ୟାଙ୍କ ଅପେକ୍ଷା ଡାକଘରେ ଟଙ୍କା ସଞ୍ଚୟ ରଖିବାକୁ ଅଧିକ ସୁରକ୍ଷିତ ମଣିଥାନ୍ତି। ତେବେ ଡାକ ଅଧିକାରୀ ଯଦି ତଞ୍ଚକତା କରି ଟଙ୍କା ହଡ଼ପ୍‌ କରନ୍ତି ତାହେଲେ କଥା ସରିଲା। ଏମିତି ଘଟଣା ଦେଖିବାକୁ ମିଳିଛି ଶୁଳିଆପଦା ଥାନା ଅଧିନ କାଦୁଆଣୀ ଶାଖା ଡାକଘରେ। ସୂଚନା ମୁତାବକ; ଚୁହାଟ ପଞ୍ଚାୟତ ହାଣ୍ଡିଭଙ୍ଗା ଗ୍ରାମର ସଞ୍ଜୟ କୁମାର ପାତ୍ର(୩୦) କାଦୁଆଣୀ ଡାକଘରେ ପୋଷ୍ଟ ମାଷ୍ଟର ଭାବେ ଦାୟିତ୍ବରେ ଥିବା ସମୟରେ ଜାଲ୍ ପାସବହି ତିଆରି କରି ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଏହି ଜାଲି ଆକାଉଣ୍ଟମାନଙ୍କରେ ଜମା କରୁଥିଲେ।

ହେଲେ ଜମାକାରୀ ଏ ସମ୍ପର୍କରେ ଅବଗତ ନଥିଲେ। ୨ ବର୍ଷ ତଳେ ତେବେ ଜଣେ ଜମାକାରୀ ନିଜ ଟଙ୍କା ଉଠାଇବାକୁ ଗଲାବେଳେ ବହିରେ ଟଙ୍କା ନଥିଲା। ସେ ଏ ନେଇ ଅଭିଯୋଗ କରିବା ପରେ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିଲା। ଶେଷରେ ଗତ ୧୧ ତାରିଖରେ ଶୁଳିଆପଦା ଥାନାରେ ଏ ନେଇ ଅଭିଯୋଗ ହୋଇଥିଲା। ପୁଲିସ କେସ୍‌ ନଂ ୧୦୦/୨୨ରେ ମାମଲା ରୁଜୁ କରି ଶ୍ରୀ ପାତ୍ରଙ୍କୁ ତୁରନ୍ତ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର