ଆଇଏଏସ୍‌ ଶାଶ୍ବତ ମିଶ୍ରଙ୍କ ନାଁରେ କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ

ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ

ଭୁବନେଶ୍ବର : କରୋନା ମହାମାରୀ ନିୟନ୍ତ୍ରଣ ପାଇଁ ଲକ୍‌ଡାଉନ୍‌ ଜାରି ଥିବାବେଳେ ଉଚ୍ଚଶିକ୍ଷା ବିଭାଗ ଶାସନ ସଚିବ ତଥା ଆଇଏଏସ୍‌ ଶାଶ୍ବତ ମିଶ୍ର ଉଚ୍ଚଶିକ୍ଷାନୁଷ୍ଠାନ ଖୋଲିବା ନେଇ ଦେଇଥିବା ନିର୍ଦ୍ଦେଶ ମହଙ୍ଗା ପଡ଼ିଛି। ଏ ନେଇ ଜନୈକ ବ୍ୟକ୍ତିଙ୍କ ଅଭିଯୋଗ କ୍ରମେ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ବିହିତ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି।

ଅଭିଯୋଗ ଅନୁଯାୟୀ, ଶିକ୍ଷାନୁଷ୍ଠାନ ଖୋଲିବାକୁ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇ ସୁପ୍ରିମ କୋର୍ଟ, କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଓ ମହାମାରୀ ପାଇଁ ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ କୋଭିଡ ନିୟନ୍ତ୍ରଣ ପାଇଁ ଜାରି କରିଥିବା ନିର୍ଦ୍ଦେଶାବଳୀର ଉଲଂଘନ କରିଛନ୍ତି। ପ୍ରକାଶଥାଉକି, କରୋନା ମହାମାରୀ ପାଇଁ ଲକ୍‌ଡାଉନ୍‌ ଜାରି ଥିବାବେଳେ ଉଚ୍ଚଶିକ୍ଷା ବିଭାଗ ସଚିବ ଶ୍ରୀ ମିଶ୍ର ବିଶ୍ବବିଦ୍ୟାଳୟ ଓ ଯୁକ୍ତ ୩ କଲେଜ୍‌ ଖୋଲି ଛାତ୍ରଛାତ୍ରୀଙ୍କ ବିନା କେବଳ ଶିକ୍ଷକ ଓ ପ୍ରଶାସନିକ କର୍ମଚାରୀଙ୍କୁ ଆସିବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ।

ସମ୍ବନ୍ଧିତ ଖବର