ତାଲିମ କେନ୍ଦ୍ର ଓ ରେଭେନ୍ସାରୁ ପାରିଶ୍ରମିକ ନେବା ଅଭିଯୋଗ ଘଟଣା: କୌଣସି ପ୍ରକାର ବେଆଇନ୍ କାମ ହୋଇନାହିଁ

କଟକ : ଏକା ସମୟରେ ଢେଙ୍କାନାଳ ଅଙ୍ଗନବାଡି ତାଲିମ କେନ୍ଦ୍ରରେ ଅଧ୍ୟକ୍ଷା ଭାବେ କାମ କରିବା ସହ ରେଭେନ୍ସା ବିଶ୍ବବିଦ୍ୟାଳୟର ମନସ୍ତତ୍ତ୍ବ ବିଭାଗରେ ଅତିଥି ଅଧ୍ୟାପକ ଭାବେ ଡକ୍ଟର ସସ୍ମିତା ପଟ୍ଟନାୟକ କାମ କରୁଥିବାର ଅଭିଯୋଗ ହୋଇଥିଲା। ଜଣେ ବ୍ୟକ୍ତ ଦୁଇଟି ସରକାରୀ ଶିକ୍ଷା ସଂସ୍ଥାରୁ ଦରମା ନେଉଥିବା ସଂପର୍କରେ ରେଭେନ୍ସା କୁଳସଚିବଙ୍କ ନିକଟକୁ ଅଭିଯୋଗ ଆସିଥିଲା। ମାତ୍ର ଡକ୍ଟର ପଟ୍ଟନାୟକ ତାଲିମ କେନ୍ଦ୍ରରେ କେବଳ ତାଲିମ ଦେବାକୁ ନିଯୁକ୍ତି ହୋଇଛନ୍ତି। ଏବଂ ତାହା ନିୟମିତ ନିଯୁକ୍ତି ନୁହେଁ। ତାଲିମ ‌ଦେବା ଯୋଜନା ବନ୍ଦ ରହିଲେ ତାଙ୍କୁ ସେଠାରୁ ପାରିଶ୍ରମିକ ମିଳି ନଥାଏ। ୨୦୧୮ରୁ ଦେଢ ବର୍ଷ ପାଇଁ ତାଲିମ କାର୍ଯ୍ୟକ୍ରମ ବନ୍ଦ ଥିବାରୁ ସେ ରେଭେନ୍ସା ବିଶ୍ବବିଦ୍ୟାଳୟରେ ଅତିଥି ଅଧ୍ୟାପିକା ପାଇଁ ଆବେଦନ କରିବା ସହ ଏଠାରେ କ୍ଲାସ ପିଛା ପାରିଶ୍ରମିକ ନେଉଛନ୍ତି। ରେଭେନ୍ସା ୱେବସାଇଟରେ ତାଙ୍କ ନାମ ଓ ଯୋଗ୍ୟତା ସଂପର୍କରେ ଉଲ୍ଲେଖ ରହିବାରେ ତାଙ୍କର କୌଣସି ଭୂମିକା ନାହିଁ। ତେଣୁ ଏହି ଘଟଣାରେ ସେ କୌଣସି ପ୍ରକାର ବେଆଇନ ଅଥବା ଭୁଲ୍ କରି ନାହାନ୍ତି ବୋଲି ଡକ୍ଟର ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର