ମନୋରଞ୍ଜନ ନାଁରେ ଜୁଆ ଖେଳ ଅଭିଯୋଗ

ପିପିଲି : ପିପିଲି ପୂଜାମଣ୍ତପ ନିକଟରେ ସମସ୍ତଙ୍କ ନଜର ଆଢୁଆଳରେ ଚାଲିଥିଲା ଜୁଆଖେଳ। ମନୋରଞ୍ଜନ ଖେଳ ବୋଲି ସେଠାରେ ଲେଖାଯାଇଥିବା ବେଳେ ସଂଖ୍ୟା ଉପରେ ଟଙ୍କା ବାଜି ଲଗାଇ ଝୁଲୁଥିବା ପୋଷ୍ଟରରେ ସେହି ସଂଖ୍ୟାରେ ତୀର ମାରିବାକୁ କୁହାଯାଉଥିଲା। ଯେଉଁ ସଂଖ୍ୟାରେ ବାଜି ଲଗାଇଥିବ ଯଦି ସେହି ସଂଖ୍ୟାରେ ତୀର ବାଜିଯାଏ ତେବେ ବିଜୟ ଭାବେ ଲଗାଇଥିବା ଟଙ୍କାର ଦୁଇଗୁଣ ଦୋକାନୀ ଫେରାଉଥିବାର ଦେଖିବାକୁ ମିଳିଥିଲା। ଏମିତି ଖେଳ ୬ଟି ଷ୍ଟଲରେ ଚାଲିଥିବା ଦେଖିବାକୁ ମିଳିଥିଲା। ତେବେ ଅଞ୍ଚଳରେ ଏହାର କୁପ୍ରଭାବ ପଡ଼ୁଥିବା କୁହାଯାଉଛି।

ସମ୍ବନ୍ଧିତ ଖବର