ସୋନପୁର : ବିନିକା ବ୍ଲକ୍ ମହଦା ପଞ୍ଚାୟତ ମନୋରଞ୍ଜନପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ୩୦୦ ଦିନର ଏମ୍ଡିଏମ ଚାଉଳ ଓ ଏହାର ଆନୁଷଙ୍ଗିକ ରାସନ ଖର୍ଚ୍ଚ, ସ୍କୁଲ ପୋଷାକ ଓ ଜୋତା ଛାତ୍ରଛାତ୍ରୀଙ୍କୁ ମିଳିନଥିବା ଅଭିଯୋଗ କରି ସୋମବାର ଅଭିଭାବକ ଓ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ।
ଅଭିଯୋଗ ଅନୁଯାୟୀ ଏହି ବିଦ୍ୟାଳୟରେ ୨୩ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ତେବେ ସେମାନଙ୍କୁ ୩୦୦ ଦିନ ହେଲା ଏମ୍ଡିଏମ୍ ଚାଉଳ ଓ ଏହାର ଆନୁଷଙ୍ଗିକ ରାସନ ଖର୍ଚ୍ଚ, ସ୍କୁଲ ପୋଷାକ ଓ ଜୋତା ମିଳିନାହିଁ। ଏ ସଂପର୍କରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କିଛି ଫଳପ୍ରଦ ନହେବାରୁ ବାଧ୍ୟ ହୋଇ ଅଭିଭାବକ ଓ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିବା ପ୍ରକାଶ କରିଛନ୍ତି। ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଲିଖିତ ଭାବରେ ଜଣାଇବା ସହ ସେଠାରେ କାର୍ଯ୍ୟରତ ପ୍ରଧାନଶିକ୍ଷକଙ୍କୁ ତୁରନ୍ତ ବଦଳି କରିବା ପାଇଁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/3ca6e8e9-ac57-4965-abea-8a7314d72d21.jpg)