ସମ୍ବଲପୁର: ପ୍ରେମ କରି ବିବାହ କରିଥିଲେ। ପରେ ସ୍ବାମୀ ଯୌତୁକ ଦାବି କରି ନିର୍ଯାତନା ଦେଲେ। ସ୍ବାମୀ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ଯୁଯୁମୁରା ଅଞ୍ଚଳର ଜଣେ ମହିଳା। ସେ ପ୍ରେମ କରି ବିନିକାର ଜଣେ ଯୁବକଙ୍କୁ ୨୦୧୮ରେ ବିବାହ କରିଥିଲେ। ତେବେ ଉଭୟେ ସମ୍ବଲପୁରରେ ଘରଭଡ଼ା ନେଇ ରହୁଥିଲେ। ବିବାହର ବର୍ଷ ପରେ ସ୍ବାମୀ ଯୌତୁକ ଦାବି କରି ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଦେଲେ।
ତାପରେ ଗତ ଜାନୁଆରିରେ ଛାଡ଼ିଦେଇ ପଳାଇଲେ, ଆଉ ଆସିଲେ ନାହିଁ। ଯୋଗାଯୋଗ ବି ହୋଇପାରିଲା ନାହିଁ। ନିରାଶ ହେବାପରେ ଶେଷରେ ମହିଳା ଜଣକ ବୁଧବାର ସମ୍ବଲପୁର ମହିଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/22-3.jpg)