ଶିଳ୍ପାନୁଷ୍ଠାନମାନଙ୍କୁ କାର୍ଯ୍ୟସ୍ଥଳୀରେ ଟିକାକରଣ ଅନୁମତି

ଭୁବନେଶ୍ବର : ଏଣିକି ରାଜ୍ୟରେ ଥିବା ଶିଳ୍ପାନୁଷ୍ଠାନମାନେ କାର୍ଯ୍ୟସ୍ଥଳୀରେ ନିଜ କର୍ମଚାରୀ ଓ ସେମାନଙ୍କ ପରିବାର ଲୋକଙ୍କୁ ଟିକା ଦେଇପାରିବେ। ଟିକାକରଣକୁ ତ୍ବରାନ୍ବିତ କରିବା ଲାଗି କେନ୍ଦ୍ର ସରକାରଙ୍କ ପକ୍ଷରୁ ଘରୋଇ ହସ୍ପିଟାଲମାନଙ୍କୁ ଟିକା ଉତ୍ପାଦନକାରୀ ସଂସ୍ଥାଠାରୁ ସିଧାସଳଖ ଟିକା କିଣିବା ଲାଗି ଅନୁମତି ଦିଆଯାଇଛି। କୌଣସି ଘରୋଇ ହସ୍ପିଟାଲର ସହଯୋଗରେ ଶିଳ୍ପାନୁଷ୍ଠାନମାନେ ନିଜସ୍ବ ଖର୍ଚରେ ଟିକାକରଣ କରିପାରିବେ। ଏ ନେଇ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ, ନଗର ନିଗମ ଓ ସିଡିଏମ୍‌ଓଙ୍କୁ ଚିଠି ଜାରି କରାଯାଇଛି।

ଶିଳ୍ପାନୁଷ୍ଠାନର କର୍ମଚାରୀ ଓ ସେମାନଙ୍କ ପରିବାର ଲୋକ କରୋନା ଟିକାକରଣରେ ସାମିଲ କରାଯାଇଥିବା ବେଳେ ଶିଳ୍ପାନୁଷ୍ଠାନ, ଘରୋଇ ସଂସ୍ଥା ଓ ସରକାରୀ କାର୍ଯ୍ୟସ୍ଥଳୀରେ ଥିବା ଟିକାକରଣ କେନ୍ଦ୍ରରେ ଟିକା ନେଇପାରିବେ। ତେବେ ଶିଳ୍ପାନୁଷ୍ଠାନ ଓ ଘରୋଇ ସଂସ୍ଥାର କର୍ମଚାରୀ ଓ ‌ପରିବାର ଲୋକଙ୍କ ପାଇଁ ଘରୋଇ ହସ୍ପିଟାଲ କିମ୍ବା ଶିଳ୍ପାନୁଷ୍ଠାନକୁ ଟିକା କିଣିବାକୁ ହେବ। ଅପରପକ୍ଷରେ ସରକାରୀ ଟିକାକରଣ କେନ୍ଦ୍ରରେ ୪୫ବର୍ଷରୁ ଅଧିକ ହିତାଧିକାରୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟିକା ଓ ୧୮-୪୪ବର୍ଗ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଟିକା ନେଇପାରିବେ। ତେଣୁ ୧୮-୪୪ବର୍ଗର ଟିକାକରଣ ପାଇଁ କୋ-ୱିନ୍ ଆପ୍‌‌ରେ କାର୍ଯ୍ୟସ୍ଥଳୀରେ ସାମ୍ଭାବ୍ୟ ଟିକାକରଣ ନେଇ ଅଧିକାରୀଙ୍କୁ ସୂଚନା ଦେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର