ଭୁବନେଶ୍ବର : ରାଜ୍ୟରେ ଆଉ ଏକ ହସ୍ପିିଟାଲରେ କରୋନା(କୋଭିଡ-୧୯)ର ପରୀକ୍ଷା ପାଇଁ ଆଜି ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର) ପକ୍ଷରୁ ଅନୁମତି ଦିଆଯାଇଛି। ରାଉରକେଲାସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)କୁ ଅନୁମତି ମିଳିଥିବାବେଳେ ବୁର୍ଲାର ଭିମସାର ମଧ୍ୟ ଆଗାମୀ ଦିନରେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି। ଆଇଜିଏଚ୍ କ୍ୟାଟେଗୋରି ୩ରେ ଥିବା ବେଳେ ଭିମସାର କ୍ୟାଟେଗୋରି ୧ରେ ରହିଛି। ପୂର୍ବରୁ ରାଜ୍ୟରେ ଆରଏମ୍ଆରସି, ଏମ୍ସ ଭୁବନେଶ୍ବର ଓ ଏସ୍ସିବି ମେଡିକାଲ କଲେଜ, ଭାରତୀୟ ଜୀବବିଜ୍ଞାନ ଆଦିରେ କୋଭିଡ ପରୀକ୍ଷା କରାଯାଉଛି। ରାଜ୍ୟ ସରକାର ଏ ନେଇ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ।
ଆଇଜିଏଚ୍ରେ କରୋନା ପରୀକ୍ଷା ପାଇଁ ଅନୁମତି
/sambad/media/post_attachments/wp-content/uploads/2020/04/igh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)