ଓଡ଼ିଆ ବିଶ୍ବବିଦ୍ୟ‌ାଳୟ ପାଇଁ ଜମି ବିକ୍ରି ଅନୁମତି ମିଳିଲା

ପୁରୀ : ବକୁଳ ବନରେ ସ୍ଥାପନ ହେବ ଓଡ଼ିଆ ବିଶ୍ବବିଦ୍ୟାଳୟ। ବକୁଳ ବନ ଜମି ସତ୍ୟବାଦୀ ଗୋପୀନାଥ ଦେବଙ୍କ ନାମରେ ରହିଛି। ବିଶ୍ବବିଦ୍ୟାଳୟ ସ୍ଥାପନ ପାଇଁ ବକୁଳ ବନ ଜମି ବିକ୍ରି କରିବାକୁ ରାଜ୍ୟ ଦେବୋତ୍ତର କମିସନର ସତ୍ୟବାଦୀ ଗୋପୀନାଥ ଦେବ ଏ‌େଣ୍ଡାମେଣ୍ଟ ଟ୍ରଷ୍ଟ ବୋର୍ଡକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି। ତେବେ ଏହି ଜମି ବିକ୍ରି ସର୍ତ୍ତରେ କେଁ ରହିଛି। ସର୍ତ୍ତ ଖିଲାପ ହେଲେ ଜମି ମହାପ୍ରଭୁଙ୍କ ନାମକୁ ଫେରିବ ବୋଲି ସର୍ତ୍ତ ରହିଛି। ଜମି ବାବଦକୁ ମହାପ୍ରଭୁ ୩୫/୪୦ କୋଟି ଟଙ୍କା ପାଇବେ ବେ‌ାଲି ଜଣାପଡିଛି। ପ୍ରକାଶ ଯେ, ଆସନ୍ତା ୯ ତାରିଖ‌ ଗୋପବନ୍ଧୁ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ବିଶ୍ବବିଦ୍ୟାଳୟ ଶିଳାନ୍ୟାସ କରିବେ। ଏହାର ଅବ୍ୟବହିତ ପୂର୍ବରୁ ବକୁଳ ବନ ଜମି ବିକ୍ରି ଅନୁମତି ମିଳିଛି। ବକୁଳ ବନର ୨୯.୦୧ ଏକର ଜମି ବିକ୍ରି କରିବାକୁ ମନ୍ଦିରର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୋତ୍ତର କମିସନରଙ୍କ ନିକଟରେ ଓଡ଼ିଶା ହିନ୍ଦୁ ଦେବୋତ୍ତର ଆଇନ ଧାରା-୧୯ ମୁତାବକ ଆବେଦନ କରିଥିଲେ। ଏହାକୁ ନେଇ ଦେବୋତ୍ତର କମିସନରଙ୍କ ନିକଟରେ ୨୬୨/୧୮ରେ ଏକ ‌ମାମଲା ରୁଜୁ ହୋଇଥିଲା। ଏହି ମାମଲାର ଶୁଣାଣି କରି କମିସନର ଜମି ବିକ୍ରି ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଘରବାଡି କିସମ ଜମି ଦର ୧ କୋଟି ୭୫ଲକ୍ଷ, ବଗାୟତ ଓ ପତିତ କିସମ ଜମି ୧ କୋଟି ୨୫ଲକ୍ଷ ଓ ଜଳାଶୟ ଜମି ଏକର ପିଛା ୨ଲକ୍ଷ ଟଙ୍କା ଦେବାକୁ ଧାର୍ଯ୍ୟ ହୋଇଛି। ମୋଟ ୨୯.୦୧ ଏକର ଜମି ମଧ୍ୟରୁ ୨୭ ଡେସିମିଲ ଜମି ଜବରଦଖଲ ରହିଛି। ଏହାକୁ ବାଦ ଦେଇ ଅବଶିଷ୍ଟ ଜମି ବିକ୍ରି ହେବ। ଜମି ଲବ୍ଧ ଅର୍ଥ ମନ୍ଦିର କର୍ପସ ପାଣ୍ଠି ଗଠନ କରାଯାଇ ସୁଧ ଅର୍ଥରେ ମନ୍ଦିର ବିକାଶରେ ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର