ଆନନ୍ଦପୁର : ଆନନ୍ଦପୁର ପୌରାଞ୍ଚଳ ଶାଳପଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପୂର୍ବତନ ଛାତ୍ର ତଥା ପ୍ରଫେସର ଡ. ଗଙ୍ଗାଧର ମିଶ୍ର ମୋ ସ୍କୁଲ୍ ଅଭିଯାନକୁ ଦୁଇଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ପ୍ରଫେସର ମିଶ୍ର ବିଦ୍ୟାଳୟରେ ପହଞ୍ଚିବା ପରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କାଞ୍ଚନବାଳା ମିଶ୍ର, ଶିକ୍ଷୟିତ୍ରୀ ନଳିନୀପ୍ରଭା ଓଝା, ଭାରତୀ ଅନିମା ଜେନା, ନିବେଦିତା ରାଉତ, ପ୍ରତାପ କୁମାର ପାଗଳ ଓ ସତ୍ୟରଞ୍ଜନ ରାଉତ, ବିଦ୍ୟାଳୟର ପୁରାତନ ଛାତ୍ର ତଥା ମୋ ସ୍କୁଲ୍ ଅଭିଯାନର ସଦସ୍ୟ ସରୋଜ ଶତପଥୀ, ରବୀନ୍ଦ୍ର ଦାଶ, ଗୋବିନ୍ଦ ପତି, ପୁରନ୍ଦର ମିଶ୍ର, ରବୀନ୍ଦ୍ର କୁମାର ପତି, ମନୋଜ ଦାଶ, ହୃଦାନନ୍ଦ ସେନାପତି, ପାର୍ଥସାରଥି ଦାଶ, ହେମନ୍ତ ପତି, ବ୍ରଜକିଶୋର ମିଶ୍ର, ରାଜେନ୍ଦ୍ର ପ୍ରସାଦ ଦାଶ, ପ୍ରେମାନନ୍ଦ ଦାଶ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ। ଏଥିରେ ପୂର୍ବତନ ପ୍ରଧାନଶିକ୍ଷକ ପ୍ରାଣବଲ୍ଲଭ ଜେନା ଉପସ୍ଥିତ ଥିଲେ।
ପ୍ରଫେସର ମିଶ୍ର ମୋ ସ୍କୁଲ୍ ଅଭିଯାନ ଉଦ୍ଦେଶ୍ୟରେ ଦୁଇଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଥିଲେ। ପ୍ରଫେସର ମିଶ୍ର ଶାଳପଡ଼ା ରଘୁନାଥପୁରଶାସନ ନିବାସୀ ଅବରସପ୍ରାପ୍ତ ପ୍ରଧାନଶିକ୍ଷକ ସ୍ବର୍ଗତ କରୁଣାକର ମିଶ୍ରଙ୍କ ସୁପୁତ୍ର। ସେ ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟାପକ, ପ୍ରାଧାପକ ଓ ପ୍ରଫେସର ଭାବେ କାର୍ଯ୍ୟ କରିବା ସହ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇ ୨୦୧୪ ମସିହାରେ ଅବସର ଗ୍ରହଣ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/7ab5e025-d7ac-4f0c-b0bf-e12879615fcf.jpg)