ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ଆଲୁମ୍‌ସି ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା

ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ବବିଦ୍ୟାଳର ଆଲୁମ୍‌ନି ତରଫରୁ ଏକ ପ୍ରତିନିଧି ଦଳ ନୂତନ କୁଳପତି ଭାବେ ଯୋଗ ଦେଇଥିବା ଡ. ଉମାବଲ୍ଲଭ ମାହାପ୍ରାତ୍ରଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଆଲୁମ୍‌ସି ସଭାପତି ଡ. ଅଭିମନ୍ୟୁ ମିଶ୍ର କୁଳପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ। କେଷାଧ୍ୟକ୍ଷ ଡ. ଶ୍ରୀକର ମିଶ୍ର ଓ ଆଜୀବନ ସଦସ୍ୟ ତଥା ପୂର୍ବ ଅଧ୍ୟକ୍ଷ ସତ୍ୟବନ୍ତ ବେଦବାକ ପ୍ରତିନିଧି ଦଳରେ ଉପସ୍ଥିତ ରହି ପ୍ରଫେସର ମହାପାତ୍ରଙ୍କ ଯୋଗଦାନ ବଲାଙ୍ଗୀର ପାଇଁ ଖୁସିର କଥା ବୋଲି କହିଥିଲେ। ସଦସ୍ୟମାନେ ନୂତନ ବିଶ୍ୱବିଦ୍ୟାଳୟରେ ଦୃଢ଼ ଭିତ୍ତିଭୂମି ନିର୍ମାଣ ଦିଗରେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢ଼ାଇବାର ପ୍ରତିଶ୍ରୁତି ଦେଇଥିଲେ।

କୁଳପତି ପ୍ରଫେସର ମହାପାତ୍ର ଆଲୁମ୍‌ସି ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇ ନୂତନ ବିଶ୍ୱବିଦ୍ୟାଳୟକୁ ଏକ ଉନ୍ନତ ଉତ୍କୃଷ୍ଟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ଯଥାସାଧ୍ୟ ଉଦ୍ୟମ କରିବେ ବୋଲି କହିଛନ୍ତି। ସ୍ଥାୟୀ ଅଧ୍ୟାପକ ନିଯୁକ୍ତି ଦିଗରେ ତୁରନ୍ତ ପକ୍ଷେପ ଓ ନୂତନ କ୍ୟାମ୍ପସର ନିର୍ମାଣ ପାଇଁ ଅନ୍ୟୂନ ୧୦୦ରୁ ୨୦୦ ଏକର ଜମିର ବନ୍ଦୋବସ୍ତ କରିବା ପାଇଁ ସେ ଅଗ୍ରାଧିକାର ଦେବେ ବୋଲି ମତ ପ୍ରକାଶ କରିଛନ୍ତି। ଆଲୁମ୍‌ନି ଅଧ୍ୟକ୍ଷ ଡ. ଅଭିମନ୍ୟୁ ମିଶ୍ର ପୁରୁଣା ଆଲୁମ୍‌ନି ସଦସ୍ୟଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞାନ ମଧୁପକୁ ଉପହାର ଦେଇ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରକାଶ କରିବାକୁ ଏକ ରାଜିନାମା କରିବାକୁ କୁଳପତିଙ୍କୁ ପ୍ରସ୍ତାବ ଦେଇଥିଲେ। ଆଲୁମ୍‌ସି ସଦସ୍ୟ ବୃନ୍ଦ ଆଲୁମ୍‌ନି ପାଇଁ ଏକ ଅଫିସ ଗୃହ ଯୋଗାଇଦେବାକୁ, ଜବରଦଖଲ ସମସ୍ୟା ତଥା ଅଧ୍ୟାପକ ମରୁଡ଼ି ସମସ୍ୟା ଦୂରୀକରଣ ପାଇଁ ଦୃଷ୍ଟି ଦେବାକୁ ଅନୁରୋଧ ଲରିଥିଲେ। ଆଲୋଚନା ସମୟରେ କୁଳସଚିବ ଡ. ଦୁର୍ଗା ପ୍ରସନ୍ନ ମହାପାତ୍ର ମଧ୍ୟ ଉପସ୍ଥିତଥିଲେ।

ସମ୍ବନ୍ଧିତ ଖବର