ରାଜ୍ୟରେ ପରିବହନ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ‘ଆମ ବସ୍ଷ୍ଟାଣ୍ଡ’ ଯୋଜନା ଅଧୀନରେ ରାଜ୍ୟର ପ୍ରତ୍ୟେକ ବ୍ଲକରେ ନୂତନ ବସ୍ଷ୍ଟାଣ୍ଡ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି। ଏହି ନୂତନ ବସ୍ଷ୍ଟାଣ୍ଡଗୁଡ଼ିକ ଦ୍ୱାରା ରାଜ୍ୟରେ ଉନ୍ନତମାନର ପରିବହନ ସୁବିଧା ମିଳିବା ସହ ବ୍ୟବସାୟିକ, ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହାଦ୍ୱାରା ଲୋକଙ୍କ ସାମାଜିକ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିବ। ପ୍ରଥମ ପର୍ଯ୍ୟାୟରେ ୨୩ଟି ନୂଆ ବସ୍ଷ୍ଟାଣ୍ଡ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଥିଲା। ଏବେ ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍ ୨୦ଟି ବସ୍ଷ୍ଟାଣ୍ଡ ସର୍ବସାଧାରଣଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ ହୋଇଛି। ଏହାବ୍ୟତୀତ ନାଗରିକଙ୍କର ପ୍ରତ୍ୟେକ ଆବଶ୍ୟକତାକୁ ପୂରଣ କରିବା ଲକ୍ଷ୍ୟରେ ୫-ଟି ନିର୍ଦେଶାବଳୀକୁ ପାଳନ କରି ଏହି ନୂତନ ବସ୍ଷ୍ଟାଣ୍ଡ ଗୁଡ଼ିକୁ ଅତ୍ୟାଧୁନିକ ଭାବେ ନିର୍ମାଣ କରାଯାଇଛି।
ଯୋଗାଯୋଗ ଭିତ୍ତିଭୂମି ସୁଦୃଢ କରିବା ଆମ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
‘ଆମ ବସଷ୍ଟାଣ୍ଡ’କୁ ଲୋକାର୍ପଣ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ଗାଁଠୁ ସହର ସବୁଆଡ଼େ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଆମର ଲକ୍ଷ୍ୟ ରହିଛି। ୫ଟି ଉପକ୍ରମରେ ଆମର ଯୋଗାଯୋଗ ଭିତ୍ତିଭୂମି ଓ ସାଧାରଣ ପରିବହନ ବ୍ୟବସ୍ଥାର ବିକାଶ କରାଯାଉଛି। ଲକ୍ଷ୍ମୀ ଯୋଜନାରେ ଗାଁକୁ ବ୍ଲକ ସହ ଯୋଡ଼ା ଯାଉଛି। ଆମେ ଗମନାଗମନ ଏବଂ ଏ ସମ୍ପର୍କିତ ଭିତ୍ତିଭୂମିକୁ ଗୁରୁତ୍ବ ଦେଉଛୁ। କାରଣ ଯୋଗାଯୋଗରେ ଉନ୍ନତି ହେଲେ ଲୋକଙ୍କ ରୋଜଗାର ବଢ଼ିବା ସହ ଚାଷୀ ଭାଇଭଉଣୀମାନେ ଲାଭବାନ ହେବେ, ପିଲାଙ୍କ ପାଠପଢ଼ାରେ ସୁବିଧା ହେବ।
/sambad/media/post_attachments/wp-content/uploads/2024/03/gdjggyy.jpg)
ନୂଆ ବସ୍ଷ୍ଟାଣ୍ଡଗୁଡ଼ିକ ବ୍ୟବସାୟ କେନ୍ଦ୍ର ଭାବେ ଧୀରେଧୀରେ ବିକଶିତ ହେବ, ଏହାଦ୍ୱାରା ଅର୍ଥନୈତିକ କାର୍ଯ୍ୟକଳାପ ମଧ୍ୟ ବୃଦ୍ଧି ପାଇବ। ସାଧାରଣ ପରିବହନ ଭିତ୍ତିଭୂମିକୁ ମଜବୁତ୍ କରିବା ସହିତ ଲୋକମାନେ ଯେପରି ଏହି ସାଧାରଣ ପରିବହନ ବ୍ୟବସ୍ଥାକୁ ବହୁଳ ଭାବେ ବ୍ୟବହାର କରିବେ ସେନେଇ ଧ୍ୟାନ ଦିଆଯାଉଛି। ନୂଆ ବସ୍ଷ୍ଟାଣ୍ଡରେ ଲୋକଙ୍କର ସୁରକ୍ଷା ସହିତ ସେଠାରେ ଉପଲବ୍ଧ ସୁବିଧା ସୁଯୋଗର ଉପଯୁକ୍ତ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯିବ।
ବସଷ୍ଟାଣ୍ଡ ଆପଣଙ୍କ ସମ୍ପତ୍ତି, ରକ୍ଷଣାବେକ୍ଷଣ କରିବେ: ୫-ଟି ଅଧ୍ୟକ୍ଷ
ଆମ ବସଷ୍ଟାଣ୍ଡର ଲୋକାର୍ପଣ ପରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ କହିଛନ୍ତି ଯେ ଗୋଟିଏ ସହରର ପରିଚୟ ସୃଷ୍ଟି ପାଇଁ ବସ୍ଷ୍ଟାଣ୍ଡର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ। ଏହି ବସ୍ଷ୍ଟାଣ୍ଡଗୁଡ଼ିକ ଆପଣମାନଙ୍କର ସମ୍ପତ୍ତି। ଏହାର ଉପଯୁକ୍ତ ରକ୍ଷଣାବେକ୍ଷଣ କରିବେ।
/sambad/media/post_attachments/wp-content/uploads/2024/03/hffhthhhh.jpg)
ବସ୍ଷ୍ଟାଣ୍ଡରେ କ’ଣ ମିଳିବ ସୁବିଧା
ସବୁ ବସଷ୍ଟାଣ୍ଡରେ ସିସିଟିଭି କ୍ୟାମେରା, ଏଲ୍ଇଡି ଡିସପ୍ଲେ, ଏଲ୍ଇଡି ଟିଭି, ଡାକବାଜି ଯନ୍ତ୍ର, ଯାତ୍ରୀ ସୂଚନା ବ୍ୟବସ୍ଥା, ସବୁଜ କୋଠା ଜ୍ଞାନକୌଶଳ, ସମସ୍ତଙ୍କ ପାଇଁ ଯାତାୟତର ସୁବିଧା, ସ୍ବୟଂ ସହାୟିକା ଗୋଷ୍ଠୀ ପାଇଁ ବ୍ୟବସାୟ କରିବାକୁ ସ୍ବତନ୍ତ୍ର ସ୍ଥାନ, ୨୪ଘଣ୍ଟିଆ ସେବା ଉପଲବ୍ଧ ହେବ। ଟାଇପ୍-ଏ, ବି ଓ ସି ବସଷ୍ଟାଣ୍ଡରେ ଇ-ଯାନ ଚାର୍ଜିଂ ବ୍ୟବସ୍ଥା ରହିବାକୁ ଥିବାବେଳେ ଟାଇପ୍- ଡି ବସଷ୍ଟାଣ୍ଡରେ ଏବେ ଚାର୍ଜିଂ ସୁବିଧା ଉପଲବ୍ଧ ହେବନି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/gjgdjgyy.jpg)