ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ସରପଞ୍ଚଙ୍କ ୧୦ଟି ପ୍ରକଳ୍ପ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରି

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାପ୍ତାହିକ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଜଗତସିଂହପୁର ଓ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ୨ଟି ଗ୍ରାମପଞ୍ଚାୟତର ୫୭ ଲକ୍ଷ ଟଙ୍କାର ୧୦ଟି ପ୍ରକଳ୍ପକୁ ମଞ୍ଜୁରି ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିକଟରେ ସରପଞ୍ଚମାନେ ଏସବୁ ପ୍ରକଳ୍ପ ପ୍ରସ୍ତାବ ଉପସ୍ଥାପନ କରିଥିଲେ। ସେହି ପ୍ରକଳ୍ପଗୁଡ଼ିକ ଶୀଘ୍ର ଏବଂ ଭଲ ଭାବେ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଜି ସଚିବାଳୟରୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କୁ ସେମାନଙ୍କ ନିଜ ନିଜ ଗାଁର ବିକାଶ ଯୋଜନା ସଂପର୍କରେ ଉପସ୍ଥାପନା କରିବାକୁ କହିଥିଲେ। ସେମାନଙ୍କଠାରୁ ଭିତ୍ତିଭୂମି ସଂପର୍କିତ ପ୍ରସ୍ତାବଗୁଡ଼ିକୁ ବିଚାର କରି ସେଗୁଡ଼ିକୁ ତୁରନ୍ତ ଅନୁମୋଦନ ଦେଇଥିଲେ।

ସମ୍ବନ୍ଧିତ ଖବର