‘ଆମ ଗାଁ ଆମ ବିକାଶ’: ୫ ଜିଲ୍ଲାକୁ ୨୪.୨୫ କୋଟି

ଆଜି ଯାଏଁ ୫୭୧୦୭ ପ୍ରକଳ୍ପ ପାଇଁ ମଞ୍ଜୁର ହେଲାଣି ୧୪୨୨ କୋଟି

ଭୁବନେଶ୍ବର: ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ଜିଲ୍ଲାର ୭ଟି ବ୍ଲକର ୧୦୬ଟି ପଞ୍ଚାୟତ ପାଇଁ ୨୪.୨୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଆଜିର ମଞ୍ଜୁରିକୁ ମିଶାଇ ବର୍ତମାନ ସୁଦ୍ଧା ଏହି କାର୍ଯ୍ୟକ୍ରମରେ ମୋଟ ୫୭୧୦୭ ପ୍ରକଳ୍ପ ପାଇଁ ୧୪୨୨.୮୭ କୋଟି ଟଙ୍କା ଅନୁମୋଦନ ହୋଇସାରିଛି। ଏସବୁ ପ୍ରକଳ୍ପ ରାଜ୍ୟର ୨୮୫ଟି ବ୍ଲକ ଅଧୀନ ୬୨୧୧ଟି ଗ୍ରାମପଞ୍ଚାୟତ ପାଇଁ ଉଦ୍ଦିଷ୍ଟ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା, ରାୟଗଡ଼ା, ବଲାଙ୍ଗୀର, ଝାରସୁଗୁଡ଼ା ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସମୁଦାୟ ୮୭୭ଟି ପ୍ରକଳ୍ପକୁ ଅନୁମୋଦନ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ଗ୍ରାମବାସୀଙ୍କ ସହିତ ସିଧାସଳଖ ଆଲୋଚନା ଜରିଆରେ ସେମାନଙ୍କ ଦ୍ବାରା ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ ମଞ୍ଜୁରି ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ସାଂସଦ, ବିଧାୟକ, ଉନ୍ନୟନ କମିସନର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ, ଶକ୍ତି ବିଭାଗର ସଚିବ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର