ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ : ୧୬୨ ପଞ୍ଚାୟତ ପାଇଁ ୧୩୭୬ ପ୍ରକଳ୍ପ ମଞ୍ଜୁର

ଭୁବନେଶ୍ୱର : ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬ଟି ବ୍ଲକ୍‌ର ୧୨୨ଟି ପଞ୍ଚାୟତ ପାଇଁ ୧୦୭୭ଟି ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏହି ବ୍ଲକ୍‌ଗୁଡ଼ିକ ହେଲା ଗଞ୍ଜାମ ଜିଲ୍ଲାର ପାତ୍ରପୁର, ଭଦ୍ରକ ଜିଲ୍ଲାର ବନ୍ତ, କଟକ ଜିଲ୍ଲାର ବାରଙ୍ଗ, କଳାହାଣ୍ଡି ଜିଲ୍ଲାର ଥୁଆମୂଳ-ରାମପୁର, ଗଜପତି ଜିଲ୍ଲାର ଗୋଷାଣୀ ଓ ସୋନପୁର ଜିଲ୍ଲାର ବୀରମହାରାଜପୁର। ମୋଟ୍‌ ପ୍ରକଳ୍ପର ମୂଲ୍ୟ ରହିଛି ୨୮.୯୫ କୋଟି ଟଙ୍କା। ପାତ୍ରପୁର ବ୍ଲକ୍‌ର ୨୩ଟି ପଞ୍ଚାୟତ ପାଇଁ ୫.୭୫ କୋଟି ଟଙ୍କାରେ ୧୨୩ଟି ପ୍ରକଳ୍ପ, ବନ୍ତ ବ୍ଲକ୍‌ର ୨୫ଟି ପଞ୍ଚାୟତ ପାଇଁ ୬.୧୫ କୋଟି ଟଙ୍କାରେ ୧୭୮ଟି ପ୍ରକଳ୍ପ, ବାରଙ୍ଗ ବ୍ଲକ୍‌ର ୧୬ଟି ପଞ୍ଚାୟତ ପାଇଁ ୪.୩୫ କୋଟି ଟଙ୍କାରେ ୨୩୮ଟି ପ୍ରକଳ୍ପ, ଥୁଆମୂଳ-ରାମପୁର ବ୍ଲକ୍‌ର ୨୪ଟି ପଞ୍ଚାୟତ ପାଇଁ ୪.୪୦ କୋଟି ଟଙ୍କାରେ ୨୫୨ଟି ପ୍ରକଳ୍ପ, ଗୋଷଣୀ ବ୍ଲକ୍‌ର ୨୦ଟି ପଞ୍ଚାୟତ ପାଇଁ ୪.୭୫ କୋଟି ଟଙ୍କାରେ ୧୬୯ଟି ପ୍ରକଳ୍ପ ଓ ବୀରମହାରାଜପୁର ବ୍ଲକ୍‌ର ୧୪ଟି ପଞ୍ଚାୟତ ପାଇଁ ୩.୫୫ କୋଟି ଟଙ୍କାରେ ୧୧୭ଟି ପ୍ରକଳ୍ପ ମଞ୍ଜୁର କରାଯାଇଛି। ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପରିଷଦର ସଦସ୍ୟ, ବିଧାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିସନର୍‌, ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ଜିଲ୍ଲାପାଳ ଓ ପଞ୍ଚାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର